ଲେମ୍ବୁପାଣିରେ ନିଶାଦ୍ରବ୍ୟ ମିଶାଇ ବିଦେଶିନୀଙ୍କୁ ରେପ୍ : ୫ ଗିରଫ

ଚେନ୍ନାଇର ତିରୁଭାନମଲାଇ ଅଞ୍ଚଳରେ ବିଦେଶିନୀଙ୍କୁ ଲେମ୍ବୁ ପାଣିରେ ନିଶାଦ୍ରବ୍ୟ ପକାଇ ରେପ୍ କରିଥିବା ମାମଲାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ, ଜୁଲାଇ ୧୨ ତାରିଖରେ ୨୧ ବର୍ଷିୟା ବିଦେଶିନୀ ଜଣକ ଯୋଗ ଶିକ୍ଷା ଲାଭ କରିବା ପାଇଁ ରୁଷିଆରୁ ଆସି ତିରୁଭାନମଲାଇର ଏକ ଗେଷ୍ଟ୍ ହାଉସରେ ରହୁଥିଲେ । ସେଠାରେ କେୟାର ଟେକର୍ ଭାବେ କାମ କରୁଥିବା ନିଳକନ୍ଦନ ଓ ଅନ୍ୟ ୪ ଜଣ ଯୁବକ ଜନ୍ମଦିନର ପାଳନ ଉତ୍ସବ କରି ଲେମ୍ବୁପାଣିରେ ନିଶାଦ୍ରବ୍ୟ ମିଶାଇ ବିଦେଶିନୀଙ୍କୁ ପିଆଇବା ସହିତ ଗଣବଳାତ୍କାର କରିଥିଲେ । ଏହି ଘଟଣା ପରେ ପିଡିତାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ ଅଭିଯୁକ୍ତ । ସେଠାରେ ଡାକ୍ତରମାନେ ରେପ ହୋଇଥିବାର ସନ୍ଦେହ କରି ପୋଲିସକୁ ଖବର କରିଥିଲେ । ଫଳରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି IPC ଧାରା ୩୭୬ ଓ ୫୧୧ ରେ ଅଭିଯୁକ୍ତଙ୍କୁ ଗିରଫ କରିଛି ।

Comments are closed.