‘ଛେରାପହଁରା’କୁ ‘ସ୍ୱଚ୍ଛ ଭାରତ’ ସହ ତୁଳନା କରି ବିବାଦରେ ଧର୍ମେନ୍ଦ୍ର

ପବିତ୍ର ରଥଯାତ୍ରା ପୁର୍ବରୁ ଅନୁଷ୍ଠିତ ହେଉଥିବା ଛେରାପହଁରା କାର୍ଯ୍ୟକ୍ରମକୁ ମୋଦିଙ୍କ ସ୍ୱଚ୍ଛ ଭାରତ ସ୍ଲୋଗାନ ସହ ତୁଳନା କରି ଏବେ ବିବାଦ ଘେରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯାହାକି ମହାପ୍ରଭୁଙ୍କୁ ପୂଜା କରୁଥିବା ଅଗଣିତ ଭକ୍ତମାନଙ୍କ ମନରେ ଗଭୀର ଆଘାତ ପହଞ୍ଚାଇଛି । ଏହାସହ ଜଗନ୍ନାଥଙ୍କର ପ୍ରଥମ ସେବକ ଗଜପତି ମହାରାଜାଙ୍କୁ ଝାଡୁଦାର କହିବା ପ୍ରସଙ୍ଗରେ ପୁରୀର ସେବାୟତମାନେ ବିରୋଧ କରିବା ସହିତ ଧର୍ମେନ୍ଦ୍ରଙ୍କ କ୍ଷମା ପ୍ରାର୍ଥନା ଦାବି କରିଛନ୍ତି । ଏନେଇ ବିଜେଡି ଓ କଂଗ୍ରେସ ଦଳ ମଧ୍ୟ ଧର୍ମେନ୍ଦ୍ରଙ୍କର ଏଭଳି କାର୍ଯ୍ୟକୁ ତିବ୍ର ନିନ୍ଦା କରିଛନ୍ତି ।

Comments are closed.