ଋଷର ପରମାଣୁ ଯୁଦ୍ଧ ଧମକ

ନୂଆଦିଲ୍ଲୀ : ରୁଷ୍‌ ପୁଣିଥରେ ପରମାଣୁ ଯୁଦ୍ଧ ଧମକ ଦେଇଛି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘନିଷ୍ଠ ସହ‌ଯୋଗୀ ତଥା ରୁଷ୍‌ର ପୂର୍ବତନ ରାଷ୍ଟ୍ରପତି ଡିମିଟ୍ରି ମେଦବେଦେବ ନାଟୋକୁ ‌ଚେତାବନୀ ଦେଇ କହିଛନ୍ତି ଯେ ୟୁକ୍ରେନରେ ଯଦି ରୁଷ୍‌ର ପରାଜୟ ହୁଏ ତେବେ ପରମାଣୁ ଯୁଦ୍ଧ ହେବ। ସେ କହିଛନ୍ତି, ପାରମ୍ପରିକ ଯୁଦ୍ଧରେ ଯଦି ଆରମର ପରାଜୟ ହେଲେ ପରମାଣୁ ଯୁଦ୍ଧ ଆରମ୍ଭ ହୋଇଯିବ।

ପୁଟିନଙ୍କ ସହଯୋଗୀ କହିଛନ୍ତି, ପରମା‌ଣୁ ଶକ୍ତିଗୁଡ଼ିକ କେବେ ବି କୌଣସି ପ୍ରମୁଖ ଲଢ଼େଇ ହାରିନାହାନ୍ତି। ଇତିମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେ‌ଲେନସ୍କିଙ୍କ ଜଣେ ଘନିଷ୍ଠ ସହଯୋଗୀ କହିଛନ୍ତି, ପଶ୍ଚିମ ରାଷ୍ଟ୍ରମାନେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭୟ ନକରିବା ସମୟ ଏବେ ଆସିଛି। ଏବେ ଆମ ପାଇଁ ଅଧିକରୁ ଅଧିକ ଅତ୍ୟାଧୁନିକ ଟ୍ୟାଙ୍କ୍‌ ପଠାଇବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

Comments are closed.