ରାହୁଲଙ୍କ ଜବାବରେ ଉତ୍ତର ଦେଲେ କେଜ୍ରିୱାଲ

ଚଣ୍ଡିଗଡ଼: କଂଗ୍ରେସ ନେତା ରାହୁଲ ଗାନ୍ଧି ନିକଟରେ ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ରିମୋଟ କଣ୍ଟ୍ରୋଲ କହିଥିଲେ। ସ୍ପଷ୍ଟ ଅର୍ଥରେ ରାହୁଲ ଏହା କହିଥିଲେ ଯେ ଦିଲ୍ଲୀରୁ ପଂଜାବ ସରକାର ପରିଚାଳନା‌ କରାଯାଉଛି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ସେ ସମାଲୋଚନା କରିଥିଲେ। ଦିଲ୍ଲୀରୁ ଚାଲୁଥିବା ରିମୋଟ୍‌ କଂଟ୍ରୋଲ ସରକାର ପଂଜାବର କଲ୍ୟାଣ କରିପାରିବ ନାହିଁ ବୋଲି ସେ କହିଛନ୍ତି। ତେବେ ରାହୁଲଙ୍କ ଏହି ରିମୋଟ୍‌ କଣ୍ଟ୍ରୋଲ ଟିପ୍ପଣୀର କଡ଼ା ଜବାବ ଦେଇଛି ଆପ୍‌।

ପଂଜାବ ଆପ୍‌ ପକ୍ଷରୁ ଏକ ଟ୍ବିଟ୍‌ କରି କୁହାଯାଇଛି ଯେ, କଂଗ୍ରେସର ୫୨ ବର୍ଷୀୟ ଯୁବନେତା ରାହୁଲ ଗାନ୍ଧିଜୀ ଆଲମଣ୍ଡ୍‌ ଖାଇବା ଉଚିତ। ‘ଆପଣଙ୍କ ସ୍ମରଣଶକ୍ତି ଦୁର୍ବଳ ହୋଇଗଲାଣି। ଗାନ୍ଧି ପରିବାର ଅନେକ ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ ଦିଲ୍ଲୀ ଡକାଉଥିଲେ’ ବୋଲି ଆପ୍‌ ଟ୍ବିଟ୍‌ରେ କହିଛି। ଉଲ୍ଲେଖ‌ଯୋଗ୍ୟ, ବିରୋଧୀ ଦଳ ଗୁଡ଼ିକ ପଂଜାବରେ ମାନଙ୍କୁ ସମାଲୋଚନା କରୁଛନ୍ତି। ତାଙ୍କ ସରକାର ଆପ୍‌ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ରିମୋଟ୍‌ କଣ୍ଟ୍ରୋଲ୍‌ରେ ଚାଲିଛି ବୋଲି ବିରୋଧୀମାନେ ଅଭିଯୋଗ କରିଆସୁଛନ୍ତି।

Comments are closed.