ନିର୍ଣ୍ଣାୟକ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଋଷ

ନୂଆଦିଲ୍ଲୀ : ୟୁକ୍ରେନ୍‌କୁ ଅନ୍ତିମ ଲଢ଼େଇ ପାଇଁ ସଜବାବଜ ହେଥିବା ରୁଷ ଆଣବିକ ସମରାଭ୍ୟାସ ଆରମ୍ଭଭ କରିଛି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଆରମ୍ଭ ହୋଇଛି ଏହି ଅଭିଯାନ । ୟୁକ୍ରେନ୍‌ ଡାର୍ଟି ବମ୍ବ ପ୍ରସ୍ତୁତିରେ ଲାଗିପଡ଼ିଥିବା ରୁଷ ଅଭିଯୋଗ ଆଣି ନିଜକୁ ଯୁଦ୍ଧର ଅନ୍ତିମ ଅସ୍ତ୍ର ସଜାଗ ପାଇଁ ଲାଗିପଡ଼ିଛି। ରୁଷ ସେନାର ଏହି ଆଣବିକ ସମରାଭ୍ୟାସ ଅଭିଯାନକୁ କଣ୍ଟ୍ରୋଲ ରୁମରୁ ନିଜେ ଆ ପୁଟିନ ନିଘା ରଖିଛନ୍ତି। ରୁଷ-ୟୁକ୍ରେନ୍‌ ମଧ୍ୟରେ ଦୀର୍ଘ ୮ ମାସ ଧରି ଯୁଦ୍ଧ ଚାଲିଥିବା ବେଳେ ଏବେ ନିର୍ଣ୍ଣାୟକ ମୋଡ଼କୁ ଗତି କରିବା ନେଇ ଏଥିରୁ ସଙ୍କେତ ମିଳୁଛି। ପୁଟିନଙ୍କ ନେତୃତ୍ୱରେ ସ୍ଥଳ, ଜଳ ଓ ଆକାଶ ଭାଗରେ ୩ ସେନା ପକ୍ଷରୁ ଆଣିବିକ ତାଲିମ ପରିଚାଳାନା଼ ହୋଇଥିଲା।

ଏହି ଆଣବିକ ଅଭିଯାନରେ ରୁଷ ତାର ବାଲାଷ୍ଟିକ କ୍ଷେପଣାସ୍ତ୍ର ଏବଂ ଜ୍ରୁଜ୍‌କୁ ସାମିଲ କରି ପରୀକ୍ଷା କରିଛି। ୟୁକ୍ରେନ୍ ଆକ୍ରମଣ ପରେ ପ୍ରଥମ ଥର ପାଇଁ ରୁଷୀୟ ଷ୍ଟ୍ରାଟେଜିକ୍ ନ୍ୟୁକ୍ଲିଅର୍ ଫୋର୍ସର ସମରାଭ୍ୟାସ ଅନୁଷ୍ଠିତ ହେଉଛି। ଏହି ଏକ୍ସର୍ସାଇଜରେ ଆଣବିକ ଆକ୍ରମଣ କ୍ଷମତାସଂପନ୍ନ ବୁଡ଼ାଜାହାଜ ଓ ଲଢ଼ୁଆ ବିମାନ ଭାଗ ନେଇଥିଲେ। ବିଭିନ୍ନ ପ୍ରାକ୍ଟିସ୍ ରେଞ୍ଜରୁ ବାଲିଷ୍ଟିକ୍ ଓ କ୍ରୁଜ୍ ମିଜାଇଲ୍ ଛଡ଼ାଯାଇଥିଲା । ରୁଷ ଓ ପାଶ୍ଚାତ୍ୟ ଦେଶ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଥିବା ବେଳେ ଯଦି ରୁଷ ଉପରେ ପରମାଣୁ ହମଲା ହୁଏ, ତେବେ ଏହାର ଜବାବ ମସ୍କୋ ପକ୍ଷରୁ କିପରି ଦିଆଯିବ, ଇଏ ତାର ପୂର୍ବ ଅଭ୍ୟାସ ବୋଲି ପୁଟିନଙ୍କୁ ଜଣାଇଛନ୍ତି ରୁଷ ପ୍ରତିରକ୍ଷା ମନ୍ତ୍ରୀ । ଏହି ସମରାଭ୍ୟାସ ବେଳେ ଛଡ଼ାଯାଇଥିବା କ୍ଷେପଣାସ୍ତ୍ର ଗୁଡ଼ିକ ନିଜ ଲକ୍ଷ୍ୟଭେଦ କରିଛି ବୋଲି କ୍ରେମ୍ଲିନ ପକ୍ଷରୁ କୁହାଯାଇଛି ।

Comments are closed.