ତେଲେଙ୍ଗାନାରେ ବିଜେପି ଓ ଟିଆରଏସ୍‌ର ମୁହାଁମୁହିଁ

ହାଇଦ୍ରାବାଦ:ବିଜେପି ନାରେ ଅଭିଯୋଗ କରିଛନ୍ତି ତେଲେଙ୍ଗାନାର ଶାସକ ଦଳ ଟିଆରଏସ୍‌ର କିଛି ବିଧାୟକ । ଏପରିକି ସେମାନଙ୍କୁ ପ୍ରଲୋଭିତ କରି ବିଜେପି ପକ୍ଷରୁ କିଣିବାକୁ ଚେଷ୍ଟା କରାଯାଉଥିବା ପୁଲିସ୍‌ ନିକଟରେ ଅଭିଯୋଗ ହୋଇଛି। ପୁଲିସ୍‌ ଏହି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୧୫ କୋଟି ଜବତ କରିଥିବା ଜଣାଯାଇଛି। କେସିଆର ବିଧାୟକମାନେ ଅଭିଯୋଗ କରିଛନ୍ତି ଯେ ଦଳ ବଦଳାଇବା ପାଇଁ ସେମାନଙ୍କୁ ଲାଞ୍ଚ ଦେବାକୁ ଚେଷ୍ଟା କରାଯାଇଛି।

ଆଗକୁ ତେଲେଙ୍ଗାନାର ମୁନୁଗୋଡ଼େ ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ତେଣୁ ଏବେଠୁ ବିଜେପି ନିଜ ଗେମ୍‌ ଖେଳିବା ଆରମ୍ଭ କରିଦେଇଥିବା ଅଭିଯୋଗ ହୋଇଛି।

ଟିଆରଏସ୍‌ର ୪ ବିଧାୟକଙ୍କ ଅଭିଯୋଗ ଅନୁଯାୟୀ, ଦଳ ବଦଳ ନିମନ୍ତେ ସେମାନଙ୍କୁ ମୁଣ୍ଡ ପିଛା ଶହେ କୋଟିର ଅଫର ଦିଆଯାଇଥିଲା। ଖବର ପାଇ ପୁଲିସ୍‌ ବୁଧବାର ସନ୍ଧ୍ୟାରେ ଅଜିଜ ନଗରସ୍ଥିତ ଏକ ଫାର୍ମହାଉସରେ ଚଢ଼ାଉ କରି ୩ ଜଣଙ୍କୁ ଅଟକ ରଖିଛି।

Comments are closed.