ଜୀ ସାର୍ଥକର ସାରେଗାମାପା ଓଡିଶାର ସବୁଠାରୁ ବଡ଼ ସ୍ବରର ମହାମଞ୍ଚରେ କିଏ କରିବ ଧମାଲ

ଜୀ ସାର୍ଥକର ସାରେଗାମାପାରେ ଆଗକୁ ହେବାକୁ ଯାଉଛି ଆହୁରି ରୋମାଞ୍ଚକର ପ୍ରଦର୍ଶନ, କାରଣ ଆଗକୁ ହବାକୁ ଯାଉଛି ଏଲିମିନେଶନ, ତାପରେ ଆସିବେ ନୂଆ ଚ୍ୟାଲେଞ୍ଜର ଦେବାକୁ କଡା ଟକ୍କର । ଆଉ ସଂଗୀତର ଏହି ମହାମଞ୍ଚରେ ହେବ ମହା ମୁକାବିଲା। ସାରେଗାମାପାରେ ଏଥର ଦର୍ଶକ ଦେଖିପାରିବେ ପ୍ରତିଭାମାନଙ୍କର ଧମାକାଦାର ପରିବେଷଣ। ରକ ଷ୍ଟାର – ସାଇ ପ୍ରଜ୍ଞା, ରୋମାଣ୍ଟିକ ସ୍ପେସିଆଲିଷ୍ଟ – ସୌଜନ୍ୟା ଏବଂ ରଶ୍ମୀରେଖା – ଅଭିସଂଗୀତାଙ୍କ ଭଳି ମା-ଝିଅ ଯୋଡ଼ି ସେମି -କ୍ଲାସିକାଲ ଗୀତ ଗାଇ ନିଜର ସ୍ବପ୍ନକୁ ପୂରଣ କରି ପାରିବେ କି ସ୍ୱରର ମହାମଞ୍ଚ ସାରେଗାମାପାରେ ।

ହବାକୁ ଅଛି ଏଲିମିନେସନ୍ ସରିଛି । ଆସିବେ ନୂଆ ପ୍ରତିଭା । ସୋ’ରେ ଆସିଛି ନୂଆ ଟୁଇଷ୍ଟ,ନୂଆ ପ୍ରଦର୍ଶନ। ପ୍ରତିଭାର ଏହି ମଞ୍ଚରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାରମାନଙ୍କୁ ମିଳିଛି ଭରପୁର ସୁଯୋଗ । ଏବେ ଆଗାମୀ ଏପିଶୋଡ ମାନଙ୍କରେ ଏହା ଦେଖିବାକୁ ମିଳିବ । ପୂର୍ବରୁ ଏହି ସାରେଗାମାପା ମଞ୍ଚ ମାଧ୍ୟମରେ ଅନେକ କଣ୍ଠଶିଳ୍ପୀ ନିଜକୁ ପ୍ରମାଣିତ କରିସାରିଛନ୍ତି। ଦର୍ଶକଙ୍କ ଉତ୍ସାହ ଓ ଉତ୍କଣ୍ଠାକୁ ଆଖିରେ ରଖି ଏବେ ନୂଆ ପ୍ରତିଭାର ଖୋଜ ଚାଲିଛି । ସାରେଗାମାପା ସ୍ୱରର ମହାମଞ୍ଚ ପ୍ରତି ଶନିବାର ଓ ରବିବାର ରାତି ୯ଟା ୩୦ରେ ଜୀ ସାର୍ଥକରେ ପ୍ରସାରିତ ହେଉଛି ।

Comments are closed.