ପୁଣି ମମତାଙ୍କ ନିଷ୍ପତ୍ତିକୁ ନେଇ ଚର୍ଚ୍ଚା

କୋଲ୍‌କାତା: ମମତା ବାନାର୍ଜୀ ଗୃହମନ୍ତ୍ରୀଙ୍କ ଦୁଇଦିନିଆ ସମାବେଶ ‘ଚିନ୍ତନ ଶିବିର’ରେ ଯୋଗ ଦେବେନାହିଁ। ପଶ୍ଚିମବଙ୍ଗ ସରକାରଙ୍କର ଜଣେ ଉଚ୍ଚସ୍ତରୀୟ ଅଧିକାରୀ କହିଛନ୍ତି, ଆଜିଠାରୁ ଆରମ୍ଭ ‌ହେଉଥିବା ‘ଚିନ୍ତନ ଶିବିର’କୁ ମମତା ବାନାର୍ଜୀଙ୍କ ସରକାର ଗୃହ ସଚିବ ବି. ପି. ଗୋପାଳିକା ଅଥବା ପୁଲିସ ମହାନିର୍ଦେଶକ ମନୋଜ ମାଲବୀୟଙ୍କୁ ନ ପଠାଇ ଅତିରିକ୍ତ ମହାନିର୍ଦେଶକ (ଗୃହରକ୍ଷୀ) ନୀରଜ କୁମାର ସିଂହଙ୍କୁ ପଠାଇବେ।

ଗଣମାଧ୍ୟମକୁ ଉକ୍ତ ଅଧିକାରୀଜଣକ କହିଛନ୍ତି, ପର୍ବପର୍ବାଣି ସମୟ ଚାଲିଥିବାରୁ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ରହିଛି। ଗୁରୁବାର ଦିନ ‘ଭାଇ ଫୋତା’ ଏବଂ ତା’ପରେ ପରେ ‘ଛଟ୍‌ ପୂଜା’ ପଡ଼ିବ। ତେଣୁ, ମୁଖ୍ୟମନ୍ତ୍ରୀ ରାଜ୍ୟ ଛାଡ଼ି ଯାଇ ପାରିବେ ନାହିଁ। ଆମ ଗୃହ ସଚିବ ଏବଂ ପୁଲିସ ମହାନିର୍ଦେଶକ ଉପରୋକ୍ତ କାରଣରୁ ‘ଚିନ୍ତନ ଶିବିର’ରେ ଯୋଗ ଦେଇ ପାରିବେ ନାହିଁ।

Comments are closed.