ମୋଦିଙ୍କୁ ପ୍ରଶଂସା କଲେ ପୁଟିନ

ମସ୍କୋ: ‘ଭାଲଡାଇ ଡିସ୍‌କସନ୍‌ କ୍ଲବ୍‌’ରେ ବାର୍ଷିକ ଉଦ୍‌ବୋଧନରେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଭାରତର ବୈଦେଶିକ ନୀତିକୁ ପ୍ରଶଂସା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜଣେ ମହାନ୍‌ ଦେଶପ୍ରେମୀ ବୋଲି କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅନେକ ଦଶନ୍ଧି ଧରି ଭାରତ ଓ ରୁଷ୍‌ ମଧ୍ୟରେ ଥିବା ସମ୍ପର୍କ ଖୁବ୍‌ ଅସାଧାରଣ ଏବଂ ଦୁଇ ଦେଶର ସମ୍ପର୍କରେ କୌଣସି ସମସ୍ୟା ସୃଷ୍ଟି ହୋଇନାହିଁ। ସବୁ ବେଳେ ଉଭୟ ଉଭୟଙ୍କୁ ସାହାଯ୍ୟ କରିଛନ୍ତି ଓ କରୁଛନ୍ତି ମଧ୍ୟ। ଭବିଷ୍ୟତରେ ମଧ୍ୟ ଦୁଇ ଦେଶ ମଧ୍ୟରେ ଉତ୍ତମ ସମ୍ପର୍କ ରହିବ ‌ବୋଲି ମୁଁ ନିଶ୍ଚିତ।

ତାଙ୍କ ବକ୍ତବ୍ୟକୁ ଅନୁବାଦ କରି ‘ରଏଟର୍ସ’ ଲେଖିଛି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବରେ ଅନେକ କିଛି କରାଯାଇଛି। ସେ ତାଙ୍କ ଦେଶର ଜାତୀୟବାଦୀ। ତାଙ୍କ ‘ମେକ୍‌ ଇନ୍‌ ଇଣ୍ଡିଆ’ ଚିନ୍ତାଧାରା ଅର୍ଥଗତ ଓ ନୈତିକତା ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ। ଭାରତର ଭବିଷ୍ୟତ ଉଜ୍ଜ୍ବଳ। ଭାରତ ବିଶ୍ବର ବୃହତ୍ତମ ଗଣତନ୍ତ୍ର ହେବା ବଡ଼ ଗୌରବର କଥା।

ଗୋଟାଏ ବ୍ରିଟିସ୍‌ ଉପନିବେଶରୁ ଆଧୁନିକ ରାଷ୍ଟ୍ରରେ ପରିଣତ ହୋଇଥିବା ଭାରତ ବ୍ୟାପକ ପ୍ରଗତି କରିଛି। ପ୍ରାୟ ୧.୫ କୋଟି ଜନତା ଓ ସାମଗ୍ରିକ ବିକାଶ ଯୋଗୁଁ ଭାରତ ସମସ୍ତଙ୍କର ସମ୍ମାନ ଓ ପ୍ରଶଂସାର ପାତ୍ର ହୋଇପାରିଛି ବୋଲି ପୁଟିନ୍‌ କହିଛନ୍ତି।

Comments are closed.