୩୦ରେ ନାମାଙ୍କନ ଭରିବେ ରୁଦ୍ର ମହାରଥୀ
ପୁରୀ : ପିପିଲି ଉପନିର୍ବାଚନ ନେଇ ବିଜେଡି ଓ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି । ଏପ୍ରିଲ ୧୭ରେ ହେବାକୁ ଯାଉଥିବା ଲଢ଼େଇ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି । ବିଜେଡିର ଗଡ଼ ପିପିଲି ଆସନରୁ ଆସନ୍ତା ୩୦ ତାରିଖ ଅର୍ଥାତ୍ ପ୍ରାର୍ôଥପତ୍ର ଦାଖଲର ଶେଷଦିନରେ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ନାମାଙ୍କନ କରିବେ । ଏପ୍ରିଲ ୧୭ ତାରିଖରେ ପିପିଲି ଉପନିର୍ବାଚନ ଲାଗି ହେବ ଭୋଟ୍ ଗ୍ରହଣ । ମେ’ ୨ ତାରିଖରେ ଗଣତି ସହ ଜଣାପଡ଼ିବ ପିପିଲିବାସୀ କାହା ଉପରେ ଆସ୍ଥା ପ୍ରକଟ କରିଛନ୍ତି ।
ଅନ୍ୟପଟେ ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକ ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି । ଏଯାବତ୍ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନଥିବା ବେଳେ ୫ ଜଣଙ୍କ ନାଁ ହାଇକମାଣ୍ଡକୁ ପଠାଇଛି ପିସିସି । ସମ୍ଭବତଃ ଆଜି ସନ୍ଧ୍ୟା ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ନାଁ ଘୋଷଣା କରିପାରେ ।
Comments are closed.