ଭିଜିଲାନ୍ସ ପଞ୍ଝାରେ ବାଙ୍ଗିରିପୋଷି ତହସିଲଦାର

ମୟୂରଭଞ୍ଜ, ବିଶ୍ୱଜିତ୍ ମହାନ୍ତି  : ଜିଲ୍ଲାର ବାଙ୍ଗିରିପୋଷି ତହସିଲଦାର ଅଭିମନ୍ୟୁ ପଣ୍ଡା ଭିଜିଲାନ୍ସ ପଞ୍ଝାରେ। ବାଙ୍ଗିରିପୋଷିରୁ ବାହାରି ଏକ କାରରେ ବାଲେଶ୍ଵର ଯାଉଥିବା ବେଳେ ନହରପାଟଣା ନିକଟରେ ଖବର ପାଇ ପୂର୍ବରୁ ଜାଲ ବିଛାଇଥିବା ଭିଜିଲାନ୍ସ ଟିମ ଜାଲରେ ପଡ଼ିଥିଲେ ତହସିଲଦାର। ଚଢାଉ ସମୟରେ ତାଙ୍କ ଗାଡ଼ିରେ ଥିବା ଏକ ଵ୍ୟାଗରୁ ୨ ଲକ୍ଷ ୫୬ ହଜାର ୫୦୫ ଟଙ୍କା ଜବତ ହୋଇଥିଲା। ଏହା ପରେ ତାଙ୍କ ପୈତୃକ ଘର ବୈଶିଙ୍ଗା ନିକଟରେ ଥିବା ଚୁଆପଦା ଗ୍ରାମରେ ଏବଂ ବାଲେଶ୍ବର ବାସଭବନରେ ଚଢ଼ାଉ ଜାରି ଥିବା ସୂଚନା ରହିଛି। ତେବେ ପୂର୍ବରୁ ତହସିଲଦାର ବିଭିନ୍ନ ସରକାରୀ କାମରେ ସାଧାରଣ ଲୋକଙ୍କ ଠାରୁ ଟଙ୍କା ଆଦାୟ କରୁଥିବାର ଅଭିଯୋଗ ମଧ୍ୟ ରହିଥିଲା।

Comments are closed.