ସଚିନ ତେନ୍ଦୁଲକରଙ୍କୁ ହେଲା କରୋନା

ମୁମ୍ବାଇ : ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । କରୋନାର ଦ୍ୱିତୀୟ ଲହରୀରେ ଦେଶରେ ସବୁଠୁ ଅଧିକ ସଂକ୍ରମଣ ମାମଲା ମହାରାଷ୍ଟ୍ରରୁ ଆସୁଛି । ଏହାରି ମଧ୍ୟରେ କ୍ରିକେଟର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର କରୋନା ଚିହ୍ନଟ ପଜିଟିଭ୍ ହୋଇଛନ୍ତି । ନମୂନା ପରୀକ୍ଷାରେ ସଚିନ ପଜିଟିଭ୍ ଚିହ୍ନଟ ହୋଇଥିବା ସେ ନିଜେ ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି ।

ସଚିନ୍ ଲେଖିଛନ୍ତି- ଆଜି ମୁଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛି । କରୋନାକୁ ହରାଇବା ଲାଗି ମୁଁ ଆବଶ୍ୟକୀୟ ସୁରକ୍ଷା ପନ୍ଥା ଆପଣାଇଛି । ମୁଁ ଏବେ ଘରେ କ୍ୱାରେଣ୍ଟାଇନରେ ଅଛି । ଡାକ୍ତର ଦେଇଥିବା ପରାମର୍ଶ କ୍ରମେ ଔଷଧ ସେବନ କରୁଛି । ପରିବାରର ସମସ୍ତ ସଦସ୍ୟଙ୍କ କୋଭିଡ୍ ଟେଷ୍ଟ ହୋଇଥିବା ବେଳେ ରିପୋର୍ଟ ନେଗେଟିଭ୍ ଆସିଥିବା ସଚିନ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ପୂର୍ବରୁ ଅନେକ ରାଜନେତା, କ୍ରୀଡ଼ାବିତ, ଅଭିନେତା ତଥା ବିଶିଷ୍ଟ ବ୍ୟକ୍ତିମାନେ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି ।

Comments are closed.