ରୁବେନ ବାନାର୍ଜୀଙ୍କ ନବୀନ ପଟ୍ଟନାୟକ

ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀ ନବୀନ ପଟ୍ଟନାୟକ ରାଜନୀତିକ ଓ ବ୍ୟକ୍ତିଗତ ଜୀବନକୁ ନେଇ ଲେଖିଛନ୍ତି ବିବାଦିତ ପୁସ୍ତକ- ନବୀନ ପଟ୍ଟନାୟକ । ଏଥିରେ ନବୀନ ପିଉଥିବା ମଦର ନାମ- ଗ୍ର୍ୟଜ୍ ହ୍ୱିଇସ୍କି ଓ ସିଗ୍ରେଟର ନାମ- ଡନ୍ ହ୍ୱିଲ୍ ଇଣ୍ଟରନ୍ୟାଶନାଲ ବୋଲି କୁହାଯାଇଛି । ବିଜେଡିର ସମ୍ବିଧାନରେ କୈାଣସି ସଭ୍ୟ ମଦ୍ୟପାନ କରିପାରିବେ ନାହିଁ ବୋଲି ଉଲ୍ଲେଖ ଥିବା ବେଳେ, ଦଳ ସଭାପତିଙ୍କ ମଦ୍ୟପାନକୁ ନେଇ ରାଜନୈତିକ କୈାତୁହଳ ସୃଷ୍ଟି ହୋଇଛି । ପୂର୍ବରୁ ସାମ୍ବାଦିକ ସତ୍ୟ ନାୟକ ଏକଥାର ଖୁଲାସା କରିଥିଲେ, ଡାକ୍ତର ଦାମୋଦର ରାଉତ ମଧ୍ୟ ନବୀନ ମଦ୍ୟପାନ କରୁଥିବା ସ୍ୱୀକାର କରିଥିଲେ ।
ରୁବେନ ନିଜର ପାଠକ ପୁସ୍ତକରେ ନବୀନଙ୍କ ବ୍ୟତୀତ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ବିଷୟରେ ମଧ୍ୟ କିଛି ଅପ୍ରୀତିକ ବିଷୟ ଉଲ୍ଲେଖ କରିଛନ୍ତି ।

Comments are closed.