ରାଉରକେଲା ଜିଲ୍ଲା ପୋଲିସ ଦ୍ୱାରା ମାଓ ସାମଗ୍ରୀ ଜବତ

ମାଓବାଦୀ ପ୍ରଭାବିତ ସୁନ୍ଦରଗଡ ଜିଲ୍ଲାରେ ପୋଲିସ, ଡିଏଭି, ଏସ ଓ ଜି , ସିଆରପିଏଫ୍ ଙ୍କ ଦ୍ୱାରା ଅତ୍ୟାଧିକ ମାଓ ସାମଗ୍ରୀ ଜବତ ହୋଇଛି । ଗତ କାଲି ରାତିରେ ଚାନ୍ଦିପୋଷ ଥାନା ଅନ୍ତର୍ଗତ ଚମ୍ପାଝରଣ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ୨୦ରୁ ୨୫ ମାଓବାଦୀ ଲୁଚି ରହିଥିବାର ଖବର ରାଉରକେଲା ଜିଲ୍ଲା ପୋଲିସଙ୍କୁ ମିଳିବା ପରେ ସେ ଅଞ୍ଚଳର ଛାନଭିନ୍ ଆରମ୍ଭ ହୋଇଥିଲା । ପରେ ମାଓବାଦୀମାନଙ୍କୁ ଧରିବାରେ ଅସଫଳ ହେଲେ ବି ତାଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଅନେକ ସାମଗ୍ରୀ ଜବତ କରାଯାଇଛି ଯଥା-୪ଟି ଛୋଟ କେନ୍ ବୋମା, ୨୧ ବଣ୍ଡଲ condex wire , ମାଓ ପୋଷାକ, ମାଓ ପ୍ରଚାର ପତ୍ର ଇତ୍ୟାଦି । ଏନେଇ ଡିଆଜି କବିତା ଜେଲାନ୍ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ସମ୍ପୂର୍ଣ୍ଣ ବିଷୟରେ ଅବଗତ କରିବା ସହିତ ଏହି ଦଳ ଝାଡଖଣ୍ଡ, ଛତିଶଗଡର ମାଓଙ୍କ ସହ ସଂପୃକ୍ତି ଥିବାର ସନ୍ଦେହ କରାଯାଉଛି ବୋଲି କହିଛନ୍ତି ।

Comments are closed.