ଆଜି ଟିଟୋଙ୍କ ସ୍ତ୍ରୀଙ୍କୁ ଜେରା କଲା କ୍ରାଇମବ୍ରାଞ୍ଚ

କେନ୍ଦ୍ରାପଡା ଜିଲ୍ଲାର ପ୍ରସିଦ୍ଧ ଗ୍ୟାଙ୍ଗଷ୍ଟାର ସୟଦ ଉସମାନ ଓରଫ ଟିଟୋଙ୍କୁ ଗିରଫ ପରେ ଏବେ ପାଳି ପଡିଛି ତାଙ୍କ ପତ୍ନୀ ବେନଜିରଙ୍କ ଉପରେ । ବେନଜିର ଏକ ଗୃହଣୀ ହୋଇ ଏତେ ସମ୍ପତ୍ତିର ମାଲିକାଣୀ ହେଲେ ବୋଲି ଜେରା କରିଛି କ୍ରାଇମବ୍ରାଞ୍ଚ । ଏନେଇ ଆଜି କ୍ରାଇମବ୍ରାଞ୍ଚର ଜଣେ ମହିଳା ଇନ୍ସପେକ୍ଟର, ୨ଜଣ ସବ୍ ଇନ୍ସପେକ୍ଟର ଟିମ୍ ସହ ଟିଟୋଙ୍କ ଘରକୁ ଆସି ଜେରା କାର୍ଯ୍ୟ ଆରମ୍ଭ କରିଥିଲେ । କ୍ରାଇମବ୍ରାଞ୍ଚଙ୍କ କହିବା ଅନୁସାରେ, ବେନଜିଙ୍କ ନାମରେ ୨ଟି ପେଟ୍ରୋଲ ପମ୍ପ ଓ ଲକ୍ଷାଧିକ ଟଙ୍କାର ଅନ୍ୟାନ୍ୟ ବ୍ୟବସାୟିକ ସଂସ୍ଥା ରହିଛି ।

Comments are closed.