ଡୁଙ୍ଗୁରିଗୁଡାଠାରେ ବସ ବାଇକ ମୁହାଁ ମୁହିଁ ଧକ୍କା : ଗୋଟିଏ ପରିବାରର ତିନି ମୃତ, କ୍ଷତିପୂରଣ ଦାବୀରେ ରାସ୍ତାରୋକ

କଳାହାଣ୍ଡି, ବୁଦ୍ଧେଶ୍ୱର ଚୌଧୁରୀ : ଗୋଲାମୁଣ୍ଡା ଥାନା ଡୁଙ୍ଗୁରିଗୁଡାଠାରେ ବସ ବାଇକ ମୁହାଁ ମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳରେ ଦୁଇ ଜଣ ମୃତ୍ୟୁ ବରଣ କରିବା ବେଳେ ଜଣେ ଝିଅକୁ ଡାକ୍ତରଖାନ ନେଉଥିବା ସମୟରେ ମୃତ୍ୟୁ ବରଣ କରିଥିବା କ୍ଷତିପୂରଣ ଦାବୀର ରାସ୍ତାରୋକ କରାଯାଇ ଥିବା ଜଣାପଡିଛି ।
ଆଜି କେଗାଁରୁ କେସିଙ୍ଗା ଅଭିମୁଖେ ଯାଉଥିବା ଜୟ ଜଗନ୍ନାଥ ବସ ଅପରାହ୍ନ ସମୟରେ ଡୁଙ୍ଗୁରିଗୁଡା ନିକଟରେ ଏକ ବାଇକ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା । ମୁହାଁ ମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକ ଓ ବାଇକରେ ବସିଥିବା ଜଣେ ମହିଳାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ବାଇକରେ ବସିଥିବ ଅନ୍ୟଜଣେ ଛୋଟ ଝିଅକୁ ଆମ୍ବୁଲାନ୍ସ ଯୋଗେ ଧର୍ମଗଡ ଡାକ୍ତରଖାନାକୁ ନେଉଥିବା ସମୟରେ ମୃତ୍ୟୁ ବରଣ କରିଥିବା ଜଣାଯାଏ । ମୃତମାନେ ସ୍ଥାନୀୟ ତୁରେଛଡ଼ା ଗ୍ରାମର ଦୁଇ ସ୍ୱାମୀ ସ୍ତ୍ରୀ କୃଷ୍ଣଚନ୍ଦ୍ର ବାଗ (୩୬) ,ସୁକେସି ବାଗ(୩୦) ଓ ତାଙ୍କ ଝିଅ ସୁପ୍ରିଆ ବାଗ (୭)ବୋଲି ଜଣାପଡିଛି । ଏହି ପରିବାରର ଲିଟିଗୁଡା ଏକ ସମ୍ପର୍କୀୟ ବାହାଘର ଭାଜି ଖାଇ ନିଜ ଗାଁକୁ ଫେରୁଥିଲେ ।
ଅପର ପକ୍ଷରେ କ୍ଷତିପୂରଣ ଦାବିରେ ପରିବାର ଲୋକେ ଓ ସ୍ଥାନୀୟ ଲୋକେ ଗୋଲାମୁଣ୍ଡା ଠାକୁରାଣୀ ଛକ ନିକଟରେ ଶବ ରଖି ରାସ୍ତା ଅବରୋଧ କରିଥିବା ଜଣାପଡ଼ିଛି । ରାସ୍ତା ଅବରୋଧରେ କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ, ଦଶପୁର ଜିଲ୍ଲା ପରିଷଦ ସଦସ୍ୟ ନିରୂପମା ନାଏକ ,ଚପ୍ରିଆ ଗ୍ରାମପଞ୍ଚାୟତ ସରପଞ୍ଚ ଦେବାର୍ଚ୍ଚନ କାଣ୍ଡ , ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିବା ଜଣାପଡ଼ିଛି ।
ରାସ୍ତା ଅବରୋଧ ଯୋଗୁଁ ଧର୍ମଗଡ଼ ସିନାପାଲି, କେଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ ଅଛି ।ଘଟଣାସ୍ଥଳରେ ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ନାରାୟଣ ନାୟକ ଓ ଗୋଲାମୁଣ୍ଡା ଆଇଆଇସି ଯୁଗଳ ଶବର ଉପସ୍ଥିତ ରହିଛନ୍ତି ।

Comments are closed.