୨୪ ଘଣ୍ଟାରେ ରିପୋର୍ଟ ଦିଅ ଦିଲ୍ଲୀ ରାଜ୍ୟପାଳ

ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଚାଲିଛି ସାଂଘାତିକ ଷଡ଼ଯନ୍ତ୍ର। ଜେଲ ଭିତରେ କେଜ୍ରିୱାଲଙ୍କୁ ମାରି ଦେବା ପାଇଁ ମସୁଧା ହୋଇଥିବା ତାଙ୍କ ଦଳ ଆପ୍‌ ପକ୍ଷରୁ ଅଭିଯୋଗ କରାଯାଇଛି। ଏପରିକି କେଜ୍ରିୱାଲ ଜଣେ ମଧୁମେହ ରୋଗୀ ହୋଇଥିବାରୁ ଇନସୁଲିନ ପାଇଁ ଦାବି କରୁଥିଲେ ହେଁ ତାଙ୍କୁ ତିହାର ଜେଲ କର୍ତ୍ତୃପକ୍ଷ ଦେଉ ନାହାନ୍ତି ବୋଲି ଅଭିଯୋଗ କରିଛି ଆପ୍‌

ଆପ୍‌ର ଏହି ଅଭିଯୋଗକୁ ଗୁରୁତର ସହ ନେଇଛନ୍ତି ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକସେନା । ଏଥିସହ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏ ନେଇ ବିସ୍ତୃତ ରିପୋର୍ଟ ଦେବାକୁ ଡିଜି ଜେଲ୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଦିଲ୍ଲୀ ରାଜଭବନ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଆପ୍‌ ନେତାଙ୍କ ତରଫରୁ ତିହାର ଜେଲ୍‌ରେ ବନ୍ଦୀ ଜୀବନ କାଟୁଥିବା କେଜ୍ରିୱାଲଙ୍କୁ ମାରି ଦେବା ପାଇଁ ମସୁଧା ଚାଲିଥିବା ଅଭିଯୋଗ ହେବା ପରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ରାଜ୍ୟପାଳ । କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବନି ବୋଲଇ ସେ କଡ଼ା ଚେତାବନୀ ଦେଇଛନ୍ତି।

ଆପ୍‌ ନେତ୍ରୀ ତଥା ଦିଲ୍ଲୀର ମନ୍ତ୍ରୀ ଆତିଶୀଙ୍କ ଅଭିଯୋଗ ଅନୁଯାୟୀ, ଅରବିନ୍ଦ କେଜ୍ରିୱାଲ ଟାଇପ ୨ ମଧୁମେହ ରୋଗରେ ପୀଡ଼ିତ। ସେ ତାଙ୍କ ରକ୍ତ ସର୍କରାକୁ ନିୟନ୍ତ୍ରଣରେ ରଖିବା ପାଇଁ ଦୈନିକ ୫୪ ୟୁନିଟର ଇନସୁଲିନ ନିଅନ୍ତି। କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି କୋର୍ଟ ତାଙ୍କୁ ଘରର ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.