ଲୋକସଭା ନିର୍ବାଚନ ପାଇଁ ଆଜି ମତଦାନ ଆରମ୍ଭ

ଆଜିଠୁ ଆରମ୍ଭ ହୋଇଛି ଭୋଂଟି ପ୍ରକିୟା । ଲୋକସଭା ନିର୍ବାଚନରେ ଆଜି ମତଦାନ ଆରମ୍ଭ । ପ୍ରଥମ ପର୍ଯ୍ୟାୟରେ ମୋଟ ୧ ଲକ୍ଷ ୮୭ ହଜାର ପୋଲିଂ କେନ୍ଦ୍ରରେ ମତଦାନ ହେବାକୁ ଥିବା ବେଳେ ୧୬ କୋଟି ୫୩ କୋଟି ଲୋକ ମତଦାନ କରିବେ । ମତଦାନ ସକାଳ ୭ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ପର୍ଯ୍ୟାନ୍ତ ଚାଲିବ । ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି । ନିଜର ବହୁମୂଲ୍ୟ ଭୋଟ ଦେବା ପାଇଁ ଅନୁରୋଧ କରିବା ସହ ଗଣତନ୍ତ୍ରର ଏହି ଏହି ମହାନପର୍ବରେ ନିଜକୁ ସାମିଲ କରିବା ପାଇଁ ଅନୁରୋଧ କରିଛନ୍ତି ।

‘ଗଣତନ୍ତ୍ରର ସବୁଠାରୁ ବଡ ପର୍ବ ଆଜିଠାରୁ ଆରମ୍ଭ ହେଉଛି। ଲୋକସଭା ନିର୍ବାଚନର ପ୍ରଥମ ପର୍ୟ୍ୟାୟରେ ୨୧ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଟି ଆସନ ପାଇଁ ଭୋଟ୍ ଦିଆଯିବ। ମୁଁ ଏହି ସମସ୍ତ ଆସନଗୁଡିକର ଭୋଟରମାନଙ୍କୁ ସେମାନଙ୍କର ଫ୍ରାଞ୍ଚାଇଜ୍ ବ୍ୟବହାର କରିବାକୁ ଏବଂ ଏକ ନୂତନ ଭୋଟ୍ ରେକର୍ଡ ସୃଷ୍ଟି କରିବାକୁ ଅନୁରୋଧ କରୁଛି । ମୋର ଯୁବ ବନ୍ଧୁମାନଙ୍କୁ ମୋର ଏକ ବିଶେଷ ନିବେଦନ ଅଛି ଯେଉଁମାନେ ପ୍ରଥମ ଥର ଭୋଟ୍ ଦେବାକୁ ଯାଉଛନ୍ତି, ସେମାନେ ବହୁ ସଂଖ୍ୟାରେ ଭୋଟ୍ ଦିଅନ୍ତୁ । ଗଣତନ୍ତ୍ରରେ ପ୍ରତ୍ୟେକ ଭୋଟ୍ ମୂଲ୍ୟବାନ ଏବଂ ପ୍ରତ୍ୟେକ ସ୍ୱର ଗୁରୁତ୍ୱପୂର୍ଣ୍ଣ ।

Comments are closed.