ଭୋଟ ଦେବାକୁ ଆବେଦନ କଲେ ମୋଦି

ନୂଆଦିଲ୍ଲୀ: ଶୁକ୍ରବାର ସକାଳେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମତଦାନ ଆରମ୍ଭ ହୋଇଯାଇଛି। ମତଦାନ ଆରମ୍ଭ ହେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକମାନଙ୍କୁ ବିଶେଷ କରି ଯୁବକ ଏବଂ ପ୍ରଥମ ଥର ମତ ଦେବାକୁ ଥିବା ମତଦାତାମାନଙ୍କୁ ସେମାନଙ୍କ ଅଧିକାର ସାବ୍ୟସ୍ତ କରିବାକୁ ନିବେଦନ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ୬ଟି ଭାଷା ଇଂରାଜୀ, ହିନ୍ଦୀ, ତାମିଲ, ମରାଠୀ, ବଙ୍ଗାଳୀ ଏବଂ ଆସାମୀରେ ଏକ ଏକ୍ସ ପୋଷ୍ଟ୍‌ କରି ବହୁଳ ସଂଖ୍ୟାରେ ମତଦାନ କରିବାକୁ ନିବେଦନ କରିଛନ୍ତି। ନିର୍ବାଚନରେ ପ୍ରତ୍ୟେକ ଭୋଟ୍ ଏବଂ ପ୍ରତ୍ୟେକ ସ୍ୱର ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।

 

 

Comments are closed.