ଆଜି ରସଗୋଲା ଦିବସ: ଜାଣନ୍ତୁ ଏହା ପଛର କାହାଣୀ

ଆଜି ହେଉଛି ରସଗୋଲା ଦିବସ । ତେବେ ଏହି ରସଗୋଲା ଦିବସ ପାଳନ କରିବା ପଛରେ ରହିଛି ଏକ କାହାଣୀ । ନୀଳାଦ୍ରୀ ବିଜେ ସମୟରେ ମା’ଲକ୍ଷ୍ମୀଙ୍କର ମାନ ଭଙ୍ଗନ କରିବା ପାଇଁ ଶ୍ରୀଜଗନ୍ନାଥ ରସଗୋଲା ଭୋଗ ଦେଇ ତୁଷ୍ଟ କରିଥାନ୍ତି । ଯାହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ରସଗୋଲା ଦିବସ ପାଳନ କରାଯାଉଛି । ରସଗୋଲାକୁ କେବଳ ରାଜ୍ୟ ନୁହେଁ, ରାଜ୍ୟ ବାହାରେ ମଧ୍ୟ ବେଶ୍ ଚାହିଦା ରହି ଆସୁଛି । ଏନେଇ ରସଗୋଲାକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ସରକାର ପ୍ରୟାସ ଜାରୀ ରଖିଛନ୍ତି । ରସଗୋଲା ଦିବସକୁ ପୁଣି ମନେ ପକେଇଦେବା ପାଇଁ ପୁରୀର ବେଳାଭୂମିରେ ରସଗୋଲା ଦିବସର ଏକ ସୁନ୍ଦର ଚିତ୍ର ଆଙ୍ଗିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।surdarsan-mahak-tv

Comments are closed.