ଭାରତୀୟ ମହିଳା ଫୁଟବଲ୍ ଦଳରେ ଓଡିଶାର ଜବାମଣୀ ଓ ମନୀଷା

କୋଟିଫ୍ କପ୍ ଫୁଟବଲ ପ୍ରତିଯୋଗିତା ନିମନ୍ତେ ଭାରତୀୟ ଦଳକୁ ଘୋଷିତ କରାଯାଇଛି, ଯେଉଁଥିରେ ଓଡିଶାର ଦୁଇ ଝିଅ ଖେଳାଳି ରୂପେ ସାମିଲ ହୋଇଛନ୍ତି । ସେମାନେ ହେଲେ ଭୁବନେଶ୍ୱର କ୍ରୀଡା ଛାତ୍ରବାସର ଜବାମଣୀ ଟୁଡୁ ଓ ପୂର୍ବତଟ ରେଳବାଇ ପକ୍ଷରୁ ଖେଳୁଥିବା ମନୀଷା ପାନ୍ନା । ଏହି ପ୍ରତିଯୋଗିତା ଆସନ୍ତା ଜୁଲାଇ ୨୬ରୁ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ସ୍ପେନର ଭାଲେନିକାରେ ଖେଳାଯିବାର ସୂଚନା ମିଳିଛି ।

Comments are closed.