ଯୌତୁକ ପାଇବା ଆଶାରେ ୪ ବିବାହ

ଯୌତୁକ ଲାଳସାରେ ଗୋଟେ କି ଦୁଇଟି ନୁହେଁ, ଏକା ସାଙ୍ଗରେ ୪ଟି ବିବାହ କରିଛନ୍ତି ଜଣେ ବ୍ୟକ୍ତି । ସେ ହେଉଛନ୍ତି କୋରାପୁଟ ଜିଲ୍ଲା ପୂଜାରୀପୁଟ ଗାଁର ସାଇ ଶଙ୍କର ପଟ୍ଟନାୟକ । ଏନେଇ ତାଙ୍କର ତୃତୀୟ ପତ୍ନୀ ଆରତି ଅଭିଯୋଗ କରିବାରୁ ସାଇଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଛି । ଯୌତୁକ ପାଇଁ ସାଇ ୪ ଜଣଙ୍କୁ ବିବାହ କରିଥିବା ବେଳେ ଆରତିଙ୍କୁ ଯୌତୁକ ନିର୍ଯ୍ୟାତନା ଦେଉଥିବାର ସୂଚନା ମିଳୁଛି । ଯେଉଁଥିପାଇଁ ଆରତି ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

Comments are closed.