ମୁଖ୍ୟମନ୍ତ୍ରୀଙ୍କ ନାମରେ ମାମଲା ରୁଜୁ
ଓଡିଶାର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଓ ମୁଖ୍ୟ ଶାସନ ସଚିବଙ୍କ ନାମରେ ପୁରୀର ଏସଡିଜେଏମ୍ ଠାରେ ଅଭିଯୋଗ କରିଛି ଜଗନ୍ନାଥ ସେନା ସଂଗଠନ । ରଥଯାତ୍ରାକୁ ନେଇ ସରକାର ବିଭିନ୍ନ ସ୍ଥାନରେ ଅସଲି ରଥ ଛବି ନ ଦେଇ ଇସ୍କନ ମନ୍ଦିରର ଫଟୋ ଦେଉଥିବାରୁ ଏଭଳି ଅଭିଯୋଗ ହୋଇଛିିି ବୋଲି ସୂଚନା ମିଳିଛି । ଏହା ସହିତ ସରକାରଙ୍କର ମୋ ସ୍କୁଲ ଅଭିଯାନରେ ଥିବା ରଥ ଚିତ୍ରରେ ପରଭାଡି, ଓଲଟ ସୁଅ, ପୋଟଳ ଓ ପାଶ୍ୱର୍ ଦେବା ଦେବୀଙ୍କ ଫଟୋ ନାହିଁ, ଯାହାକି ଜଗନ୍ନାଥ ପ୍ରେମୀମାନଙ୍କ ପାଇଁ ନିନ୍ଦନୀୟ ଘଟଣା ଅଟେ । ଏନେଇ ସଂଗଠନ ପକ୍ଷରୁ ନକଲି ଛବି ହଟାଇ ଅସଲି ଛବି ଲଗାଇବା ପାଇଁ ଦାବି କରିଛି ।
Comments are closed.