ଗାଡି ଧକ୍କାରେ ଛାତ୍ରୀ ମୃତ: ଧାରଣାରେ କଲେଜ ଛାତ୍ରଛାତ୍ରୀ

ହସଖୁସିରେ ପ୍ରଥମ ଦିନର କଲେଜ ସାରି ଫେରୁଥିବା ସମୟରେ ଛାତ୍ରୀଙ୍କୁ ଗାଡି ଧକ୍କା ଦେଇଛି, ଫଳରେ ଘଟଣାସ୍ଥଳରେ ହିଁ ଛାତ୍ରୀଙ୍କର ମୃତ୍ୟୁ ଘଟିଛି । ଘଟଣାଟି ଘଟଗାଁ ନିକଟସ୍ଥ ତହସିଲ ଛକ ପାଖରେ ଘଟିଛି। ଖବର ଅନୁସାରେ, ଘଟଗାଁ କଲେଜର +୨ ପ୍ରଥମ ବର୍ଷର ଛାତ୍ରୀ ନିଜର କ୍ଲାସ୍ ସାରି ଘରକୁ ଫେରୁଥିବା ସମୟରେ ପଛପଟୁ ଏକ ଗାଡି ଧକ୍କା ଦେଇଥିଲା, ଯେଉଁଥିରେ ଛାତ୍ରୀ ଜଣକ ପ୍ରାଣ ହରାଇଛି । ଛାତ୍ରୀ ଜଣକ ବଡଜାମୁପୋଶିି ଗାଁର ବସନ୍ତ ଦାଶଙ୍କ ଝିଅ କୁମାରୀ ଅମ୍ବିକା ଦାଶ । ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି ଘଟଗାଁ କଲେଜର ଛାତ୍ରଛାତ୍ରୀମାନେ ରାସ୍ତାର ପୂର୍ଣ୍ଣାଙ୍ଗ ମରାମତି ସହିତ ଉକ୍ତ ଛାତ୍ରୀଙ୍କ ପରିବାରକୁ କ୍ଷତିପୂରଣ ଦାବି ନେଇ ଧାରଣା ଦେଇଛନ୍ତି ।

Comments are closed.