ପୂର୍ବ ଶତ୍ରୁତାକୁ ନେଇ ବରଗଡର ସୋହେଲାରେ ଗୁଳିକାଣ୍ଡ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଜି ବରଗଡ ଜିଲ୍ଲା ସୋହେଲା ଅଞ୍ଚଳରେ ଗୁଳିକାଣ୍ଡ ଘଟିଛି, ଯେଉଁଥିରେ ନାରାୟଣ ଦାସ ନାମକ ଏକ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁଳିକାଣ୍ଡ ପରେ ଉତ୍ୟକ୍ତ ଲୋକ ସେଠାରେ ଥିବା ଦୋକାନ ବଜାର ପୋଡି ବରଗଡ-ରାୟଗଡା ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ପୋଲିସ ପ୍ରଶାସନ ପକ୍ଷରୁ ଏନେଇ ବୁଝାମଣା କରିବା ପରେ ଲୋକମାନେ ଶାନ୍ତ ହୋଇ ରାସ୍ତାରୁ ହଟିଥିଲେ । ଆହତ ନାରାୟଣଙ୍କ ଗୋଡ ଓ ପେଟରେ ଗୁଳି ବାଜିଥିବାବେଳେ ତାଙ୍କୁ ବୁର୍ଲା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଘଟଣାରେ ସଂପୃକ୍ତ ଥିବା ଅଶ୍ୱିନୀ ସୁନାକୁ ସୋହେଲା ପୋଲିସ ଅଟକ ରଖି ଏବିଷୟରେ ଛାନଭିନ ଆରମ୍ଭ କରିଦେଇଛି ।

Comments are closed.