ଚିଟଫଣ୍ଡ୍ ମାମଲାରେ ଜାମିନ୍ ପାଇଲେ ରାମଚନ୍ଦ୍ର

ନବଦିଗନ୍ତ ଚିଟଫଣ୍ଡ୍ ଠକେଇ ମାମଲାରେ ଗିରଫ ହୋଇଥିବା ରାମଚନ୍ଦ୍ର ହାଁସଦାଙ୍କ ଜାମିନ ଆବେଦନକୁ ମଞ୍ଜୁରୀ ଦେଇଛି ସୁପ୍ରିମକୋର୍ଟ । ସାଂସଦ ରାମଚନ୍ଦ୍ର ବିଜେଡି ସପକ୍ଷରେ ମୟୂରଭଞ୍ଜରୁ ଜିତିଥିଲେ, ପରନ୍ତୁ ତାଙ୍କୁ ନବ ଦିଗନ୍ତ ଚିଟଫଣ୍ଡ୍ ଠକେଇ ମାମଲାରେ ଗିରଫ କରିଥିଲା ସିବିଆଇ । ଯେଉଁଥିପାଇଁ ରାମଚନ୍ଦ୍ରଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା । ୨୦୧୪ରୁ ଜେଲରେ ରହିଆସୁଥିବା ରାମଚନ୍ଦ୍ରଙ୍କ ପୁର୍ବ ଜାମିନ ଆବେଦନ ଖାରଜ କରିଥିଲା ସୁପ୍ରିମକୋର୍ଟ , ପରନ୍ତୁ ଏଥିର ବଜେଟ୍ ଅଧିବେଶନରେ ଯୋଗ ଦେବା ପାଇଁ ଜାମିନ ଆବେଦନ ମଞ୍ଜୁର ହୋଇଛି ବୋଲି ସୂଚନା ନେଇଛନ୍ତି ରାମଚନ୍ଦ୍ରଙ୍କ ଓକିଲ ଅଭିଜିତ ପଟ୍ଟନାୟକ ଓ ଅକ୍ଷୟ ମହାନ୍ତି ।

Comments are closed.