ମୁମ୍ବାଇରେ ଭୁଶୁଡିଲା ଅନ୍ଧେରି ଓଭରବ୍ରିଜ
ମୁମ୍ବାଇରେ ପୁଣି ଥରେ ଭୁଶୁଡିଛି ବ୍ରିଜ । ଗତ ଥର ମୁମ୍ବାଇର ଏଲଫିନଷ୍ଟୋନ ବ୍ରିଜ ଭୁଶୁଡିଥିବା ବେଳେ ଏଥର ଅନ୍ଧେରି ଷ୍ଟେସନ ନିକଟସ୍ଥ ଓଭରବ୍ରିଜ ଖସିପଡିଛି । ଯେଉଁଥିରେ ୬ ଜଣ ଆହତ ଥିବା ବେଳେ ସେଥିରୁ ୨ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଅଧିକ ବର୍ଷା ଯୋଗୁଁ ଏପରି ହୋଇଥିବାର ଅନୁମାନ କରାଯାଉଛି । ଆହତଙ୍କୁ ଆଇସିୟୁରେ ଭର୍ତ୍ତି କରିବା ସହିତ ଯୁଦ୍ଧକାଳୀନ ଭିତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି । ବ୍ରିଜ ତଳେ ୧୦ରୁ ଅଧିକ ଜଣ ଚାପି ହୋଇ ରହିଥିବାର ସନ୍ଦେହ କରାଯାଉଛି । ସକାଳ ୭ଟା ୩୦ ରେ ଘଟଣାଟି ଘଟିଥିବା ବେଳେ ଏନ୍ଡି ଆର୍ ଏଫ୍, ଦମକଳ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଦାର କାର୍ଯ୍ୟ ଜାରି ରଖିଛନ୍ତି । ଏହା ଫଳରେ ଯାତାୟାତ ବାଧାପ୍ରାପ୍ତ ହେବା ସହ ଟ୍ରେନ ମଧ୍ୟ ବନ୍ଦ ରହିଛି ।
Comments are closed.