ରଜତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ‌ଯାପିତ

ସମ୍ବଲପୁର : ଧନକଉଡ଼ା ଠାରେ ଆୟୋଜିତ ହେଉଥିବା ରଜତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଧନକଉଡା କ୍ରିକେଟ କ୍ଳବ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ରେମେଡ଼ କ୍ରିକେଟ ଦଳ ଚାଂପିଆନ ହୋଇଥିଲା । ତିନି ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ମୋଟ ୧୬ଟି କ୍ରିକେଟ ଦଳ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତା ର ଉଦଯାପନୀ ସମାରୋହରେ ସମ୍ବଲପୁର ପୂର୍ବତନ ବିଧାୟିକା ଡ଼ା.ରାସେଶ୍ବରୀ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ସମାଜସେବୀ ଧନୁର୍ଦ୍ଧର ବିଶ୍ବାଳ ଓ ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ହୀରାଲାଲ ବେହେରା ଯୋଗଦେଇ ଖେଳାଳୀମାନଙ୍କୁ ପୁରସ୍କୃତ କରିଥିଲେ। କ୍ରିକେଟ ପ୍ରତିଯୋଗିତା ର ଚାଂପିଆନ ଦଳକୁ ୨୦ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା ବେଳେ ରନର୍ସଅଫ ଦଳକୁ ୧୦ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଛି। ପ୍ରତିଯୋଗିତା କୁ ଆୟୋଜନ ରେ ଆୟୋଜକ ଧନକଉଡା କ୍ରିକେଟ କ୍ଳବର ସବୁ ସଦସ୍ୟ ସହଯୋଗ କରିଥିଲେ ।

Comments are closed.