ରାଇନା ନେଲେ ଅବସର

ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ପାଇଁ ଦୁଃଖଦ ଖବର। ଆଉ ଆଇପିଏଲ୍‌ ଖେଳିବେନି ‘ମିଷ୍ଟର ଆଇପିଏଲ୍‌’। କ୍ରିକେଟର ସବୁ ଫର୍ମାଟରୁ ଅବସର ନେଲେ ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ସୁରେଶ ରାଇନା। ସେ କ୍ରିକେଟରୁ ସମ୍ପୂର୍ଣ୍ଣ ଭାବେ ସନ୍ୟାସ ନେଇଥିବା ଘୋଷଣା କରିଛନ୍ତି। ଏନେଇ ଖୋଦ୍‌ ସୋଶାଲ ମିଡିଆରେ ଏକ ପୋଷ୍ଟ ଶେଆର କରି ସେ ସୂଚନା ଦେଇଛନ୍ତି।

ସେ ଟ୍ୱିଟ୍‌ କରି ଲେଖିଛନ୍ତି, ‘ଆମ ଦେଶ ତଥା ରାଜ୍ୟ ୟୁପି ପ୍ରତିନିଧିତ୍ୱ କରିବା ଏକ ଗର୍ବର ବିଷୟ। ସମସ୍ତ ପ୍ରକାର କ୍ରିକେଟ୍‌ରୁ ମୋର ଅବସର ଘୋଷଣା କରିବାକୁ ଚାହୁଁଛି। ମୋର ଦକ୍ଷତା, ମୋ ଉପରେ ବିଶ୍ୱାସ ଓ ମୋର ସମର୍ଥନ କରିଥିବା ପାଇଁ ମୁଁ @BCCI, @UPCACricket, @ChennaiIPL, @ShuklaRajiv ସାର୍ ଏବଂ ମୋର ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି।’

Comments are closed.