ଦେଶର ବଡ଼ ଅସ୍ତ୍ର ନାଜାଲ ଟୀକା

ନୂଆଦିଲ୍ଲୀ: ଦୁଇ ବର୍ଷ ହେଲାଣି ମହାମାରୀ କରୋନା ଲୋକଙ୍କୁ ହନ୍ତସନ୍ତ କରି ଆସୁଛି। ଏବେ ଦେଶ ହାତରେ ବ୍ରହ୍ମାସ୍ତ୍ର। କରୋନା ମହାମାରୀ ବିରୋଧରେ ଦେଶକୁ ମିଳିଛି ବଡ଼ ଅସ୍ତ୍ର। ଏଣିକି କରୋନାକୁ ମାତ ଦେବ ନାଜାଲ ଟିକା। ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ବିରୋଧୀ ନାଜାଲ ଟିକା ବା ନାକରେ ପଡ଼ୁଥିବା ଟିକାକୁ ଆଜି ଭାରତ ସରକାର ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି।

ପ୍ରଥମଥର ପାଇଁ ଦେଶରେ କୌଣସି ନାଜାଲ କରୋନା ଟିକାକୁ ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ଦେଇଛି। ଏହାର ଅର୍ଥ ଆଉ ଲୋକଙ୍କୁ ଇଞ୍ଜେକସନ ଦ୍ୱାରା କରୋନା ଟିକା ନେବାକୁ ପଡ଼ିବ ନାହିଁ। ସେମାନେ ସାଧାରଣ ଟିକା ଭଳି ନାକରେ କରୋନା ଟିକା ନେଇ ପାରିବେ। ତେବେ ପ୍ରାଥମିକ ଅବସ୍ଥାରେ ଏହି ଟିକାକୁ କେବଳ ପ୍ରାପ୍ତ ବୟସ୍କମାନେ ହିଁ ନେଇ ପାରିବେ।

Comments are closed.