୧୦ ଯାଏ ଉତ୍ତର ଓଡ଼ିଶାରେ ବର୍ଷା

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଆସନ୍ତା ୧୦ ତାରିଖ ଯାଏ ଉତ୍ତର ଓଡ଼ିଶାରେ ବର୍ଷା ହେବ । ବାଲେଶ୍ୱର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବାଲେଶ୍ୱର ଓ ମୟୂରଭଞ୍ଜରେ ଅଧିକ ବର୍ଷା ହେବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

୧୧ରୁ ୧୪ ତାରିଖ ଯାଏ ଉପକୂଳ ଓ ସଂଲଗ୍ନ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । କିନ୍ତୁ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପାଗ ଶୁଖିଲା ରହିବ । ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତ୍ତନର ସ୍ୱାଭାବିକ ସମୟ ହେଉଛି ୧୦ରୁ ୧୫ ତାରିଖ ।

ଏ ବର୍ଷ ଉପକୂଳ ଓଡ଼ିଶାରୁ ୧୪ ଆଗରୁ ମୌସୁମୀ ଫେରିବାର ସଙ୍କେତ ମିଳୁନି ବୋଲି ସେ ପୂର୍ବାନୁମାନ କରିଛନ୍ତି । ସଅଳ ଲଗାଯାଇଥିବା ଧାନରେ ପତ୍ରପୋଡ଼ା ଓ ଦିୱାଲି ପୋକ ଲାଗିବାର ଆଶଙ୍କା ଥିବାରୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି । ୯ ତାରିଖ ଯାଏ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।

Comments are closed.