ବିଜେପି ଓ କଂଗ୍ରେସ ପୋଷ୍ଟର ଲଢେଇ

ବିଜେପି ଓ କଂଗ୍ରେସ ମଧ୍ୟରେ ପୋଷ୍ଟର ୱାର ଆରମ୍ଭ ହୋଇଯାଇଛି। ଗୁରୁବାର ବିଜେପି ପକ୍ଷରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କର ଏକାଧିକ ମୁଣ୍ଡ ଥିବା ଗୋଟିଏ ପୋଷ୍ଟର ଜାରି କରାଯାଇଥିଲା। ଏଥିରେ ରାହୁଲ ଗାନ୍ଧିଙ୍କୁ ନୂଆ ଯୁଗର ରାବଣ ଭାବେ ଚିତ୍ରଣ କରାଯାଇଥିଲା। ଏହାକୁ କଂଗ୍ରେସ ତୀବ୍ର ସମାଲୋଚନା କରିଥିବା ବେଳେ ଆଜି ଦଳ ଏହାକୁ କାଉଣ୍ଟର କରିଛି।

କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ପୋଷ୍ଟ କରାଯାଇଛି। ଏଥିରେ ମୋଦିଙ୍କୁ ଶିଳ୍ପପତି ଗୌତମ ଆଦାନୀଙ୍କ କଣ୍ଢେଇ ଭାବେ ଚିତ୍ରଣ କରାଯାଇଛି। କଂଗ୍ରେସ ବାରମ୍ବାର ଆଦାନି ପ୍ରସଙ୍ଗରେ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିବାର ନଜିର ରହିଛି।

ଏବେ ଦଳ ପୋଷ୍ଟର ଜାରି କରି ନିଜର ଆକ୍ରମଣକୁ ଶାଣିତ କରିଛି। କଂଗ୍ରେସ ଜାରି କରିଥିବା ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି ଯୋଗମୁଦ୍ରାରେ ଥିବା ବେଳେ ଏହାର ଶୀର୍ଷକ ଆଦାନି ରଖାଯାଇଛି। କଣ୍ଢେଇକୁ ନଚାଇଲା ଭଳି ମୋଦିଙ୍କ ହାତରୁ ଏକାଧିକ ତାର ବାହାରିଥିବା ଫଟୋରେ ଦେଖିବାକୁ ମିଳୁଛି।

ବୁଧବାର କଂଗ୍ରେସ ସୋଶାଲ ମିଡିଆ ଆକାଉଣ୍ଟ ଏକ୍ସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଟାର୍ଗେଟ କରିଥିଲା। ପ୍ରଥମେ ଦଳ ପକ୍ଷରୁ ମୋଦିଙ୍କ ଗୋଟିଏ ଫଟୋ ଜାରି କରାଯାଇ କୁହାଯାଇଥିଲା ଯେ ସବୁଠାରୁ ବଡ଼ ମିଛୁଆ। ଏହାପରେ ଫିଲ୍ମ ଷ୍ଟାଇଲରେ ମୋଦିଙ୍କ ସହ ଅମିତ ଶାହଙ୍କ ଗୋଟିଏ ଫଟୋ ପୋଷ୍ଟ କରାଯାଇଥିଲା। ଏହାର ଟାଇଟଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣେ ଜୁମଲା ବାଳକ ବା ପିଏ ମୋଦି ଆଜ ଜୁମଲା ବୟ ରଖାଯାଇଥିଲା।

Comments are closed.