କେରଳରେ ପୁଣି ବର୍ଷାର ସମ୍ଭାବନା

ବର୍ଷା ସାଙ୍ଗକୁ ବନ୍ୟାର ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଏପର୍ଯ୍ୟନ୍ତ କେରଳରେ ପାଖାପାଖି ୩୭ ଜଣଙ୍କର ମୃତ୍ୟୁ ହୋଇଛି । ଆସନ୍ତା ୨୪ରୁ ୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେବାରୁ ଚିନ୍ତାରେ ଅଛନ୍ତି କେରଳବାସୀ । ଏପର୍ଯ୍ୟନ୍ତ ବନ୍ୟାରେ ୮,୩୧୬ କୋଟି ଟଙ୍କା ସମ୍ପତ୍ତି ନଷ୍ଟ ହୋଇଥିବାବେଳେ ସେଠାକାର ମୁଖ୍ୟମନ୍ତ୍ରୀ ପି ବିଜୟନ ଏନେଇ କେନ୍ଦ୍ରର ସହାୟତ ଲୋଡିଛନ୍ତି ।

Comments are closed.