ଏହି ରାଶିର ଲୋକେ ନିଜର ଦୁଃଖକୁ କେବେବି ପ୍ରକାଶ କରନ୍ତି ନାହିଁ

ସମାଜରେ ଏପରି କିଛି ଲୋକ ରହିଥାନ୍ତି, ଯେଉଁମାନେ ସୁଖରେ ବା ଦୁଃଖରେ ରହିଲେ ସମସ୍ତେ ଜାଣିପାରନ୍ତି । ପରନ୍ତୁ ଆଉ କିଛି ଲୋକ ନିଜର ଦୁଃଖକୁ କାହା ଆଗରେ ପ୍ରକାଶ କରନ୍ତି ନାହିଁ ଓ ସେମାନେ ଦୁଃଖରେ ଥାଇ ମଧ୍ୟ ଅନ୍ୟ ଆଗରେ ଖୁସିରେ କଥା ହୁଅନ୍ତି । ଯେତେବି ଜଟିଳ ପରିସ୍ଥିତି ଆସିଲେ ସେମାନେ ନିଜକୁ ସେଥିପାଇଁ ପ୍ରସ୍ତୁତ କରିଥାନ୍ତି । ଯଦି ଆପଣମାନେ ଏହି ଚରିତ୍ରର ଲୋକଙ୍କୁ ଜାଣିବା ପାଇଁ ଚାହାନ୍ତି ତାହେଲେ ଆପଣ ପ୍ରଥମେ ରାଶି ବିଷୟରେ ଅବଗତ ହୁଅନ୍ତୁ । ରାଶିମାନଙ୍କ ଭିତରୁ 4ଟି ରାଶିର ଲୋକେ ଏହି ଚରିତ୍ରର, ଯାହାଦ୍ଵାରା ଆପଣ ସହଜରେ ଜାଣିପାରିବେ ..

କର୍କଟ: ଏହି ତାଲିକାରେ ସବୁଠୁ ଆଗରେ ରହିଛି କର୍କଟ ରାଶି । ଏହି ରାଶିର ଲୋକେ ନିଜ ଦୁଃଖକୁ ଲୁଚାଇ ରଖିବା ସହିତ ଏମାନେ ଭାରି ଭାବୁକ ଓ ସମ୍ବେଦନଶୀଳ ହୋଇଥାଆନ୍ତି । ନିଜ କାମ ଉପରେ ଅଧିକ ଧ୍ୟାନ ଦିଅନ୍ତି । ଏମାନେ ଯେଉଁମାନଙ୍କୁ ଭଲ ପାଆନ୍ତି ସେମାନଙ୍କୁ ଦୁଃଖୀ କରିବାକୁ ଚାହାଁନ୍ତି ନାହିଁ । ସେହିଭଳି ନିଜ ଦୁଃଖ କାହାକୁ କହିବାକୁ ଚାହାଁନ୍ତି ନାହିଁ।

ବିଛା: ଏମାନେ ବହୁତ ସାମାଜିକ । ସମସ୍ତଙ୍କ ସହିତ ମିଳାମିଶା କରନ୍ତି ପରନ୍ତୁ ଏମାନଙ୍କ ବିଶ୍ୱାସ ଜିତିବା ଭାରି କଷ୍ଟ । ଏମାନେ ନିଜର ଦୁଃଖ ଅବା ସୁଖକୁ ସହଜରେ ଅନ୍ୟମାନଙ୍କ ସହ ବାଣ୍ଟନ୍ତି ନାହିଁ। ଏମାନଙ୍କ ସ୍ଥିତି ସଂପର୍କରେ ଆପଣ ସହଜରେ କିଛି ଅନ୍ଦାଜ ଲଗାଇ ପାରିବେ ନାହିଁ ।

କନ୍ୟା: ଏହି ରାଶିର ଲୋକେ ନିଜକୁ ନେଇ ଭାରି ଜାଗୃତ । ଏମାନେ ସବୁ ବେଳେ ନିଜକୁ ଲୁଚାଇ ରଖିବାକୁ ପସନ୍ଦ କରନ୍ତି । ଏମାନେ ଅବସାଦରେ ଥାଆନ୍ତୁ ଅବା ଖୁସିରେ, ବାହାରୁ ଦେଖି ଆପଣ କିଛି ଅନ୍ଦାଜ ଲଗାଇ ପାରିବେ ନାହିଁ।

କୁମ୍ଭ: ଏମାନେ ସ୍ଥିତିକୁ ଗମ୍ଭୀରତାର ସହିତ ନିଅନ୍ତି। ନିଜ ସମସ୍ୟାକୁ ଦୁନିଆ ସାମ୍ନାକୁ ଆଣିଲେ କିଛି ଲାଭ ନାହିଁ ବୋଲି ଏମାନେ ମନେ କରନ୍ତି। ତେଣୁ ନିଜ ଭାବନାକୁ ଏମାନେ ପ୍ରକାଶ କରନ୍ତି ନାହିଁ। ଯେପର୍ଯ୍ୟନ୍ତ ଏମାନେ ନିଜେ କିଛି କହିବେ ନାହିଁ ଆପଣ ଏମାନଙ୍କର ମନର ଅବସ୍ଥା ସଂପର୍କରେ କିଛି ଜାଣିପାରିବେ ନାହିଁ।

Comments are closed.