ଲଗାଣ ବର୍ଷାର ପ୍ରଭାବ: ୧୯ଟି ଜିଲ୍ଲାକୁ ସତର୍କ ଜାରୀ କଲା ପାଣିପାଗ ବିଭାଗ
ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ଧରିଛି, ଯାହାର ପ୍ରଭାବରେ ଗତକାଲି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି । ଏନେଇ ଏସଆରସି କାର୍ୟ୍ୟାଳୟ ପକ୍ଷରୁ କଟକ ଓ ଭୁବନେଶ୍ୱରରେ ଥିବା ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରାଯାଇଛି । ଲଗାଣ ବର୍ଷାର ପ୍ରଭାବରେ ସାରା ରାଜ୍ୟ ଜଳାର୍ଣ୍ଣବ ହେବା ସହିତ ପୁରୀ ବଡଦାଣ୍ଡରେ ଜଳବନ୍ଦୀ ହୋଇ ରହିଛି ୩ ରଥ । ଆଗକୁ ଆହୁରି ବର୍ଷା ହେବାର ସମ୍ଭାବନା ଥିବାରୁ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ୧୯ଟି ଜିଲ୍ଲାକୁ ସତର୍କ ସୂଚନା ଜାରୀ କରାଯାଇଛି । ଏଥିରେ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, ସମ୍ବଲପୁର, ଦେବଗଡ଼ ଓ କୋରାପୁଟ ଆଦି ରାଜ୍ୟ ରହିଛି ।
Comments are closed.