ଗୋରୁ ଚୋରା ଚାଲାଣ ସନ୍ଦେହରେ ଯୁବକକୁ ହତ୍ୟା

ଗତକାଲି ହରିୟାଣାର ରାମଗଡଠାରେ ଜଣେ ମୁସଲାମାନ ବ୍ୟକ୍ତିକୁ ପିଟିପିଟି ହତ୍ୟା କରିଛନ୍ତି ସ୍ଥାନୀୟ ଲୋକ । ୨୮ ବର୍ଷିୟ ଆକବର ଖାଁଙ୍କୁ ଗୋରୁ ଚୋରୀ ଚାଲାଣ କରୁଥିବା ମାମଲାରେ ସନ୍ଦେହ କରି ଲୋକେ ଏପରି ଅଘଟଣ ଘଟେଇ ଥିବାର ସୂଚନା ମିଳୁଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତ ଆକବରଙ୍କୁ ଚିକିତ୍ସାଳୟ ନେଇଥିଲେ, ପରନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ବିନା ସତ୍ୱତାରେ ଏପରି କିଛି କରିବା ଅପରାଧ ବୋଲି କହିବା ସହିତ ଅପରାଧୀଙ୍କୁ ଚିହ୍ନଟ କରି ଗିରଫ କରିବାରେ ଲାଗିପଡିଛି ପୋଲିସ ।

Comments are closed.