ରାସ୍ତାକଡକୁ ଓଲଟିଲା ବସ୍: ୧୫ରୁ ଅଧିକ ଆହତ

ପୁଣି ଥରେ ଏକ ଯାତ୍ରୀବାହୀ ବସ୍ ନିଜର ନିୟନ୍ତ୍ରଣ ହରାଇ ରାସ୍ତାକଡକୁ ଓଲଟି ପଡିଛି, ଫଳରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲାରେ ଏକ ଯାତ୍ରୀବାହୀ ବସ୍ ବାସୁଦେବପୁରକୁ ଯାତ୍ରା କରୁଥିବା ସମୟରେ ନିଜର ନିୟନ୍ତ୍ରଣ ହରାଇ କିଆପଡା ଛକ ନିକଟସ୍ଥ ନୟନ ଯୋରୀ ରାସ୍ତାକଡକୁ ଓଲଟି ପଡିଥିଲା । ଏନେଇ ସ୍ଥାନୀୟ ଲୋକ ଆହତମାନଙ୍କୁ ଉଦ୍ଧାର କରିବା ସହିତ ବାସୁଦେବପୁର ସ୍ଥିତ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।

Comments are closed.