କେନ୍ଦୁଝର ଡିଗ୍ରୀ ଇଞ୍ଜିନିୟରିଂ କଲେଜର ଛାତ୍ରୀଙ୍କୁ ର଼୍ୟାଗିଂ ଅଭିଯୋଗ

କେନ୍ଦୁଝର : କେନ୍ଦୁଝର ଡିଗ୍ରୀ ଇଞ୍ଜିନିୟରିଂ କଲେଜରେ କିଛି ଛାତ୍ରୀଙ୍କୁ ର଼୍ୟାଗିଂ ହୋଇଥିବା ପୋଲିସରେ ଅଭିଯୋଗ ହୋଇଛି । ଏହି ଅଭିଯୋଗକୁ ସ୍ୱୀକାର କରିଛନ୍ତି କଲେଜ ଅଧ୍ୟକ୍ଷ । ପୋଲିସ ସୂଚନା ଅନୁଯାୟୀ ଚତୁର୍ଥ ବର୍ଷର କିଛି ଛାତ୍ରୀ ତୃତୀୟ ବର୍ଷର କିଛି ଛାତ୍ରୀଙ୍କୁ ଲାଇନ୍ କାଟିବାକୁ ନେଇ ଗାଳିଗୁଲଜ କରିବା ସହିତ ଖାଇବାକୁ ଦେଇ ନଥିଲେ । ବହୁତ ସମୟ ଧରି ଖାଇ ନଥିବାରୁ ଜଣେ ଛାତ୍ରୀ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ର଼୍ୟାଗିଂରେ ଓଡିଶା ଦେଶର ୬ନମ୍ବର ସ୍ଥାନରେ ରହିଥିବା ବେଳେ ଏହାର ସଂଖ୍ୟା ହ୍ରାସ କରାଇବା ପାଇଁ ସରକାର ବହୁ ଆଇନ ମଧ୍ୟ ତିଆରି କରୁଛି । କିନ୍ତୁ କୈାଣସି ଆଇନ ଏଥିରେ କାର୍ଯ୍ୟକାରୀ ହେଉନାହିଁ । ବାରମ୍ବାର ସରକାର ର଼୍ୟାଗିଂ ରୋକିବା ପାଇଁ ସତ ଚେଷ୍ଟା କଲେ ମଧ୍ୟ ଏହାର କୈାଣସି ସୁଫଳ ଦେଖିବାକୁ ମିଳୁନି । ସମୟ ଆସିଲେ କହିବ ଓଡିଶା ର଼୍ୟାଗିଂ ମାମଲାରେ ୬ନମ୍ବର ସ୍ଥାନରୁ ଉପରକୁ ଯାଉଛି କି ତଳକୁ ।

Comments are closed.