ପୁଣି ଜଣେ ଶ୍ରୀମନ୍ଦିର କର୍ମଚାରୀ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ କରୋନା ମହାମାରୀ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ପୁଣି ଜଣେ ଶ୍ରୀମନ୍ଦିର କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭ ଚିହ୍ନଟ ହେବା ପୂର୍ବରୁ ସଂପୃକ୍ତ କର୍ମଚାରୀ ଟିକାକରଣ କେନ୍ଦ୍ରରେ ଟିକା ନେଇଥିଲେ । ଏହି ଟିକାକରଣ କେନ୍ଦ୍ରରେ କେବଳ ସେବାୟତ ଓ ସେବାୟତଙ୍କ ପରିବାର ସଦସ୍ୟଙ୍କର ଟିକାକରଣ ହେଉଥିଲା ।
ଏନେଇ ଟିକାକରଣ କେନ୍ଦ୍ରରେ ହୋହଲ୍ଲା ଦେଖିବାକୁ ମିଳିଛି। ଏହା ସହ ଟିକାକରଣ ବନ୍ଦ କରିବାକୁ ଦାବି ହେଉଛି । ବିବାଦ ଯୋଗୁଁ ଆଜି ପାଇଁ ଏହି କେନ୍ଦ୍ରରେ ଟିକାକରଣ ବନ୍ଦ ରହିଛି ।
Comments are closed.