ପୁଣି ବିବାଦ ଘେରରେ ଯୁକ୍ତ୨ ପରିକ୍ଷା ଫଳ

ପ୍ରତି ବର୍ଷ ପରୀକ୍ଷା ଫଳାଫଳ କୁ ନେଇ ବିବାଦ ସୃଷ୍ଟି ହେବାରେ ଲାଗିଛି । ଏହା ଦ୍ୱାରା ଛୋଟ ଛୋଟ ପିଲାମାନଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଉଛି । ପ୍ରଶ୍ନ ପତ୍ରର ଲିକ୍ ହେଉ ବା ରେଜଲ୍ଟକୁ ନେଇ ସୃଷ୍ଟି ହୋଇଥିବା ଭୁଲ୍ ଦ୍ୱାରା ଏପରି ସମସ୍ୟା ହୋଇଥାଏ । ଏପରି ଏକ ସମସ୍ୟା ସୃଷ୍ଟି ହୋଇଛି ସମ୍ବଲପୁର ମହିଳା ମହାବିଦ୍ୟାଳୟରେ, ଯେଉଁଠି ୧୬ ଜଣ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କୁ  ଅନୁପସ୍ଥିତ ଦର୍ଶାଯାଇଛି । ସେମାନଙ୍କ ମଧ୍ୟରୁ ୧୫ ଜଣ ଇଂରାଜୀ ବିଷୟରେ ଓ ଜଣେ ଭୁଗୋଳରେ ଅନୁପସ୍ଥିତ ଥିବା କୁହାଯାଇଛି । ଇଂରାଜୀରେ ଅନୁପସ୍ଥିତ ଛାତ୍ରୀମାନେ ହେଳେ ମଧୁମିତା ବାଗ, ମନଞୁଲତା ନାୟକ, ନିଶିତା ଟେଟେ, ପ୍ରଭାତି ଦନସେନା, ନନ୍ଦୀତା ବାଦୀ, ପୂଜାରୋହି ଦାସ୍, ରଶ୍ମୀତା ଓରାମା, ରୀତା ନାଏକ, ରୀତୁ ନାଏକ, ରୀତୁ କୁମ୍ଭାର ଓ ବାସନ୍ତୀ ବେହେରା ଆଦି ଥିବା ବେଳେ ଭୂଗୋଳରେ ରଶ୍ମୀ ରଣା ଥିବାର ଦର୍ଶାଯାଇଛି । ଗଣଶିକ୍ଷା ବିଭାଗ ପକ୍ଷରୁ CHSE ର ପରୀକ୍ଷା ଫଳରେ କୌଣସି ତ୍ରୁଟି ନଥିବା କୁହାଯାଇଥିବା ବେଳେ ଏପରି ଘଟଣାକୁ ସମସ୍ତେ ନିନ୍ଦା କରିଛନ୍ତି । ଏନେଇ ଛାତୀମାନେ କଲେଜ୍ କର୍ତୁପକ୍ଷଙ୍କ ପାଖକୁ ଗଲେ ମଧ୍ୟ କୌଣସି ନ୍ୟାୟ ମିଳିନାହିଁ । ତେବେ ଦେଖିବାକୁ ବାକି ରହିଳା କି କେବେ ପ୍ରସାଶନ ଏହି ସମସ୍ୟାର ସମାଧାନ କରୁଛି ।

Comments are closed.