ରମଜାନ୍ ପାଇଁ ଦାବତ୍

ରାଉରକେଲାରେ ରମଜାନ୍ ମାସର ଆରମ୍ଭ ହୋଇଯାଇଥିବା ବେଳେ ରୋଜା କରୁଥିବା ଲୋକମାନଙ୍କ ପାଇଁ ରାଉରକେଲା ଜିଲ୍ଲା ମୁସଲିମ୍ ମାଇନୋରିଟି ତରଫରୁ ଏକ ଇଫତାର ଭୋଜନର ଆୟୋଜନ କରାଯାଇଥିଲା । ରବିବାର ସନ୍ଧ୍ୟାରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥ ରୂପେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଯୋଗଦେଇଥିବାବେଳେ ଅନ୍ୟ ଅତିଥି ରୂପେ କଂଗ୍ରେସ କମିଟିର ନବନିଯୁକ୍ତ ଅଧ୍ୟକ୍ଷ ରବି ରାୟ ଓ ଅନ୍ୟାନ୍ୟ ନେତା ଯୋଗ ଦେଇଥିଲେ । ଏହି ସଭାରେ ବହୁ ସଂଖ୍ୟକ ରୋଜେଦାର ଯୋଗଦେଇ ସୁଖାଦ୍ୟ ସହିତ ନିଜର ରୋଜା ଭାଙ୍ଗିଥିଲେ । ଏଥିରେ ସବୁ ଧର୍ମ, ଦଳ ଓ ସଂଗଠନର ଲୋକ ଯୋଗଦେଇ ଭ୍ରାତୃତ୍ୱ ସ୍ନେହର ପରିଚୟ ଦେଇଥିଲେ । ରାଉଲକେଲା ସେଣ୍ଟ୍ରାଲ କମିଟି ତଥା ଜିଲ୍ଲା କଂଗ୍ରେସ ମାଇନୋରିଟି ଓ ଯୁବମଞ୍ଚ ର ସହଯୋଗରେ ଏହି ସଭା ଆୟୋଜନ କରାଯାଇଥିଲା ।

Comments are closed.