ରାଜ୍ୟ ସ୍ତରୀୟ ଶ୍ରୀମଦ ଭାଗବତ ସମ୍ମିଳନୀ ଓ କର୍ମଶାଳା ନିମନ୍ତେ ସାମ୍ବାଦିକ ସମ୍ମିଳନୀ

କୁଜଙ୍ଗ( ଦ୍ୱୀପାରାଣୀ ରାଉତ) : ଗତକାଲି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ବାଲିତୁଠ କଦମ୍ବ ମଠ ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ଗୋବିନ୍ଦ ଜିୟୁ ଜଗନ୍ନାଥ ମହାପ୍ରଭୁଙ୍କର ଦ୍ୱାଦଶ ପ୍ରାଣ ପ୍ରତିଷ୍ଠା ଓ ଶ୍ରୀମଦ ଭାଗବତ ଜ୍ଞାନ ଯଜ୍ଞର ଦ୍ୱାଦଶ ବର୍ଷ ପୃତି ଉପଲକ୍ଷେ ସାମ୍ବାଦିକ ସମିଳନି ଅନୁଷ୍ଠିତ ହୋଇଥିଲା।ଏହି ସଭାଟି ଅଜୟ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଉପଦେଷ୍ଟା ଗୋପୀନାଥ ସାମନ୍ତରାୟ ଓ ମୁଖ୍ୟ ସଂଯୋଜକ ଇଂ ରବୀନ୍ଦ୍ରନାଥ ରାଉତ ଉପସ୍ଥିତ ଥିବା ବେଳେ ଅନ୍ୟ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ଥିଲେ।ତେବେ ଆସନ୍ତା ୧୪ ତାରିଖ ଠାରୁ ୧୪.୧.୨୦୨୨ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ଶ୍ରୀମଭାଗବତ ସମିଳନୀ ଓ କର୍ମଶାଳା ଗୋବିନ୍ଦପୁର ଗ୍ରାମର ଶ୍ରୀ ଗୋବିନ୍ଦ କ୍ଷେତ୍ର ପ୍ରାଙ୍ଗଣରେ ଅନୁଷ୍ଠିତ ହେବ ବୋଲି ଏହି ସମିଳନୀରେ ସୂଚନା ପ୍ରଦାନ କରିଛନ୍ତି।ମାତ୍ର ଏହାର ପ୍ରଚାର ପ୍ରସାର ନିମନ୍ତେ ଗତକାଲି ସନ୍ଧ୍ୟା ସମୟରେ ବଳିତୁଠ ନିକଟ କଦମ୍ବ ମଠ ପ୍ରାଙ୍ଗଣରେ ଉକ୍ତ ସଭା ଅନୁଷ୍ଠିତ କରିବା ସହ ସମସ୍ତ ଜଗନ୍ନାଥ ପ୍ରେମୀ ଭକ୍ତ ମାନେ ଯୋଗ ଦେବାକୁ ଏହି ସାମ୍ବାଦିକ ସମ୍ମିଳନୀରେ ଆଲୋଚନା କରାଯାଇଥିଲା।

Comments are closed.