କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ 55 ତମ ଜାତୀୟ ପ୍ରେସ ଦିବସ ପାଳିତ

କଳାହାଣ୍ଡି (ରୋହିତ କୁମାର ସାହୁ) – କଳାହାଣ୍ଡି ଜ଼ିଲ୍ଲା କେସିଙ୍ଗା ସହର ସ୍ଥିତ ଅଗ୍ରସେନ ଭବନ ଠାରେ 55 ତମ ଜାତୀୟ ପ୍ରେସ ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି l ପ୍ରଥମ ପର୍ଯ୍ୟାୟ ସକାଳ 9 ରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା l ସମାଜସେବୀ ମନୋଜ ପଟନାୟକ, ସମିତି ସଭ୍ୟ ଜିତ ସାହୁ ଆଦି ଉପସ୍ଥିତ ରହି କେସିଙ୍ଗା ର ବିଭିନ୍ନ ସମସ୍ୟା କୁ ଅବଗତ କରିଥିଲେ l ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଶ୍ରୀ ଶ୍ରବଣ ବିବେକ, ବିଶିଷ୍ଟ ଅତିଥି ଭାବେ ଏସ.ଡି.ପି.ଓ ଏସ ସୁଶୀ, ସମ୍ମାନିତ ଅତିଥି ଭାବେ କେସିଙ୍ଗା ନିର୍ବାହୀ ଅଧିକାରୀ ଏବଂ ପୂର୍ବତନ ନଗରପାଳ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଶ୍ରେଷ୍ଠ ସାମ୍ବାଦିକ ଭାବେ ଏମ ରାମପୁରର ହେମନ୍ତ ସାହୁ ସମ୍ମାନିତ ହୋଇଥିବା ବେଳେ ଶ୍ରେଷ୍ଠ ଚାଷୀ ଭାବେ, ବିଶିଷ୍ଟ ସମାଜସେବୀ ଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା l ଉକ୍ତ ସଙ୍ଘର ସଭାପତି ସୁଶାନ୍ତ କୁମାର ମହାପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ସଙ୍ଘର ସାଧାରଣ ସମ୍ପାଦକ ତୁମେଶ୍ୱର ସାହୁ ଧନ୍ୟଵାଦ ଦେଇଥିଲେ l

Comments are closed.