ଅଟୋ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ

ବାଲେଶ୍ଵର (ଲଷ୍ମୀଧର ପ୍ରଧାନ) – ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ଅନ୍ତର୍ଗତ ଅନନ୍ତପୁର ପଞ୍ଚାୟତ ନିକଟ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଏକ ମାଲବାହୀ ଅଟୋ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ଘଟଣା ଅନୁସାରେ OD 01 AL- 7914 ନମ୍ବର ବିଶିଷ୍ଟ ଅଟୋଟି ଦୃତ ଗତିରେ ସୋର ଆଡ଼କୁ ଆସୁଥିବା ସମୟରେ ବୃଦ୍ଧାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବୃଦ୍ଧା ଜଣଙ୍କର ମୃତ୍ୟୁ ଘଟିଥିଲା । ମୃତ ଅସହାୟ ବୃଦ୍ଧାଙ୍କ ନାମ ମୀରା ମଲ୍ଲିକ ଓ ତାଙ୍କର ୩୦ ବର୍ଷର ଝିଅଟିଏ ଥିବାର ଜଣାପଡିଛି ।
ସୂଚନା ଅନୁସାରେ ଉକ୍ତ ବୃଦ୍ଧାଙ୍କର ଜାଗାଜମି ଥିଲେ ମଧ୍ୟ ସ୍ଵାମୀଙ୍କ ମୃତ୍ୟୁ ପରେ ଭାଇ ମାନେ ଜମିରୁ ବେଦଖଲ କରି ଘରୁ ବାହାର କରିଦେଇଥିଲେ । ଫଳରେ ବହୁଦିନ ଧରି ବାରଓଳି ତେରପିଣ୍ଡା ହେଉଥିଲେ । ବୁଦ୍ଧାଙ୍କ ମୃତ୍ୟୁ ପରେ ଝିଅ ବର୍ତ୍ତମାନ ବେସାହାରା ହୋଇପଡ଼ିଛି । ଖବରପାଇ ଅନନ୍ତପୁର ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଟୋଟିକୁ ଅଟକ କରି ଜବଦ ଶବକୁ ବ୍ୟବଚ୍ଛେଦ ନିମନ୍ତେ ସୋର ପଠାଇଥିବା ଜଣାପଡିଛି ।

Comments are closed.