ନୂଆଗାଁ ପୁଲିସ ପକ୍ଷରୁ ଚଢ଼ାଉ , ୨୪ ଲିଟର ଦେଶୀ ମଦ ଜବତ ସହ ଜଣେ ଗିରଫ
ନୟାଗଡ(ପୁଷ୍ପଲତା ପ୍ରଧାନ) : ନୂଆଗାଁ ଥାନା ଅଞ୍ଚଳ ସୋରଡ଼ା ଗ୍ରାମର ଦେବରାଜ ନାୟକ (୬୦) ୨୪ ଲିଟର ମଦ ନେଇ ବାଇକ୍ ରେ ଯାଉଥିବା ବେଳେ ନୂଆଗାଁ ପୁଲିସ ଗିରଫ କରିଛି । ସୂଚନା ଅନୁଯାୟୀ ସୋରଡ଼ା ଗ୍ରାମର ଦେବରାଜ ନାୟକ ଟିଭିଏସ୍ ଏକ୍ସଏଲ୍ ଗାଡ଼ି ନମ୍ବର (ଓଡି ୨୫ ଏଫ୍ ୯୮୮୭) ରେ ମଦ ନେଇ ଗ୍ରାମକୁ ଯାଉଥିବା ବେଳେ ନୂଆଗାଁ ପୋଲିସ୍ ଚଢ଼ାଉ କରି ୨୪ ଲିଟର ଦେଶୀମଦ ଓ ବାଇକ୍ ଜବତ କରିଛି । ଏ ନେଇ ନୂଆଗାଁ ଥାନା ପକ୍ଷରୁ ୧୪୯/୨୧ରେ ମାମଲା ରୁଜୁ କରିବା ସହ ଦେବରାଜ ନାୟକ ଙ୍କୁ ଗିରଫ କରି କୋଟ ଚାଲଣା କରାଯାଇଥିବା ଥାନା ଅଧିକାରୀ ବସନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।
Comments are closed.