ଆଇପିଏଲ୍ରେ ବେଟିଂ କରୁଥିବା ୩ ବୁକି ଗିରଫ, ନଗଦ ୪୧ହଜାରରୁ ଉର୍ଦ୍ଧ୍ୱ ଟଙ୍କା ସହ ୩ ମୋବାଇଲ ଜବତ
ବାରିପଦା, ବିଶ୍ୱଜିତ୍ ମହାନ୍ତି : ବାରିପଦା ସହରର ବିଭିନ୍ନ ସ୍ଥାନରେ ଆଇପିଏଲ୍ ଖେଳରେ ମୋଟା ଅଙ୍କର ବେଟିଂ ହେଉଥିବାରୁ ବୁକିମାନଙ୍କୁ ଧରିବାପାଇଁ ମୟୂରଭଞ୍ଜ ଏସପି ପରମାର ସ୍ମିଥ ପୁରୁଷତ୍ତୋମ ଦାସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲେ । ଏହି ସ୍ୱତନ୍ତ୍ର ଟିମ୍ ଆଇପିଏଲ୍ ଫାଇନାଲ୍ ପୂର୍ବରୁ ବିଭିନ୍ନ ସ୍ଥାନରେ ଚଢଉ କରି ତିନିଜଣ ବୁକିଙ୍କୁ ଧରିବା ସହ ନଗଦ ୪୧,୧୩୦ଟଙ୍କା ଓ ତିନୋଟି ମୋବାଇଲ ଫୋନ୍ ଜବତ କରିଥିଲେ । ବାରିପଦା ସହର ବୁଢିଖମାରୀ ଶାଶନ ଅଞ୍ଚଳର ନାରାୟଣ ମଣ୍ଡଳ, ତୁଳସୀଚୌରା ୱାର୍ଡନମ୍ବର ୨୩ଅଞ୍ଚଳର ତ୍ରିଲୋଚନ ସାହୁ ଓ ବାବୁସାହି ଅଞ୍ଚଳର ସରୋଜ କୁମାର ସାହୁଙ୍କୁ ପୋଲିସ ଗିରଫ କରିଛି । ଏହି ବୁକି ମାନେ ଅନ୍ଲାଇନ୍ ଓ ଅଫଲାଇନ୍ ମାଧ୍ୟମରେ ଆଇପିଏଲ୍ରେ ବେଟିଂ ଲଗାଉଥିଲେ । ଏ ନେଇ ବାରିପଦା ଟାଉନଥାନାରେ ୨୯୪ଏ, ୪୨୦ ଓ ୩୪ ଆଇପିସି ଧାରାରେ ୭୮୨/୨୦ ମାମଲା ରୁଜୁ କରି ୩ ବୁକିଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଏହି ବୁକି ମାନଙ୍କଠାରୁ ବିଭିନ୍ନ ତଥ୍ୟ ମିଳିଥିବା ପୋଲିସ ସୁତ୍ରରୁ ପ୍ରକାଶ ।
Comments are closed.