ପୋଲିସର ନିସ୍ତୁକ ମାଡରେ ନାବାଳକ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଜଗତସିଂହପୁର, ସୁବ୍ରତ ମଲ୍ଲିକ : ପୋଲିସର ନିସ୍ତୁକ ମାଡରେ ନାବାଳକ ଜଣକ ଗୁରୁତର, ହସ୍ପିଟାଲରେ ଭର୍ତ୍ତି । ଏପରି ଘଟଣା ଘଟିଛି ପାରାଦ୍ୱୀପ ଉପକଣ୍ଠ ଷଣ୍ଢକୁଦ ବସ୍ତିରେ । ତେବେ ନାବାଳକ ଜଣକ ମାସ୍କ ପିନ୍ଧି ନଥିବାରୁ ପୋଲିସ ଏଭଳି କାର୍ଯ୍ୟ କରିଥିବା ସୂଚନା ମିଳିଛି । ଖବର ଅନୁଯାୟୀ ପାରାଦ୍ୱୀପ ଷଣ୍ଢକୁଦ ବସ୍ତିର ଶିବ ମାଇତିଙ୍କ ୧୨ ବର୍ଷର ପୁଅ ଗଣେଶ ଗତକାଲି ସନ୍ଧ୍ୟା ୬ଟା ବେଳେ ପାଣି ଆଣିବାକୁ ଘରଠାରୁ କିଛି ଦୂରକୁ ବାଇକ ପଛରେ ବସି ଯାଉଥିବା ବେଳେ ଜଟାଧାର ମୁହାଣ ସାମୁଦ୍ରିକ ଥାନାର ହାବିଲଦାର ବି.ଡି.ପରିଡା ଏକ ପ୍ଲାଷ୍ଟିକ ପାଇପରେ ତାଙ୍କୁ ପିଟିଥିଲେ । ନାବାଳକ ବେକରେ ଗଭୀର ଆଘାତ ଲାଗିବାରୁ ସେ ସେହିଠାରେ ପଡି ଯାଇଥିଲା । ଆଖ ପାଖରେ ଥିବା ବସ୍ତି ଲୋକେ ତାକୁ ଉଦ୍ଧାର କରିବା ସହ ଗଣେଶଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ସଂଗେ ସଂଗେ ପରିବାର ଲୋକେ ସେଠାରେ ପହଞ୍ଚି ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ନାବାଳକଙ୍କୁ ଅଠରବାଙ୍କି ହସ୍ପିଟାଲକୁ ନେଇ ଭର୍ତ୍ତି କରିଛନ୍ତି। ଅନ୍ୟପକ୍ଷରେ ପିଲାଟି ମାସ୍କ ପିନ୍ଧି ନଥିବାରୁ ବାଡି ବୁଲାଉ ବୁଲାଉ ବାଜି ଯାଇଛି ବୋଲି ସମ୍ପୃକ୍ତ ଥାନା ଅଧିକାରୀ କହିଛନ୍ତି ।

Comments are closed.