ଉଗ୍ରରୁପ ଧାରଣ କରୁଛି ପାଲଲହଡା ଉପଖଣ୍ଡରେ କୋଭିଡ୍-19 ଦ୍ୱିତୀୟ ଲହର

ଅନୁଗୋଳ , ରମାକାନ୍ତ ତ୍ରିପାଠୀ : ପାଲଲହଡା ଉପଖଣ୍ଡରେ କୋଭିଡ୍-19 ଦିତୀୟ ଲହର ଧିରେ ଧିରେ ଉଗ୍ରରୁପ ଧାରଣ କରୁଅଛି । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଥିବା ଵେଳେ ,ସ୍ୱାସ୍ଥ୍ୟ ଵିଭାଗର ତଥ୍ୟ ଅନୁଯାୟି ଆଜି ସୁଦ୍ଧା 500ଶହରୁ ଉର୍ଧ ପହଞ୍ଚିଗଲାଣି ସଂକ୍ରମିତଙ୍କ ସଂଖ୍ୟା ।
ପାଲଲହଡା ଓ ଖମାର ଡାକ୍ତର ଖାନାରେ ଟେଷ୍ଟିଂ କିଟ୍ ଅଭାବରୁ ଦୂର ଦୁରାନ୍ତରୁ ଆସୁଥିବା ବହୁଲୋକ ଟେଷ୍ଟ କରିନପାରି ଵାରମ୍ବାର ଫେରିଯାଉଥିବାରୁ ଅଂଧିକାଂଶ ଲୋକ ଆଉ ଟେଷ୍ଟିଂ ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି ।ତେଣୁ ଟେଷ୍ଟିଂ ଵଢାଗଲେ ସଂକ୍ରମିତଙ୍କ ସଂଖ୍ୟା ଵହୂଗୁଣିତ ହେଵାର ଆଶଙ୍କା ରହିଛି । ସଵୁଠାରୁ ଗୁରୁତ୍ୱପୂର୍ଣ ଵିଷୟ ହେଉଛି ଵିଗତ ଵର୍ଷ କୋଭିଡ୍-19 ଚିକିସ୍ଛା ନିମନ୍ତେ ଖମାର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଯେଉଁ ସଂଖ୍ୟାରେ ଡାକ୍ତର, ନର୍ସ,ଏ ଏନ ଏମ୍ ସ୍ୱାସ୍ଥ୍ୟକର୍ମି ନିଯୁକ୍ତି ହୋଇଥିଲେ, ଚଳିତ ବର୍ଷ ସେହି ସଂଖ୍ୟା ଵହୁଳଭାଵରେ ହ୍ରାସ କରାଯାଇଥିବାରୁ ଚିକିସ୍ଛା ଅଵହେଳାରୁ ଅନେକ ଲୋକ କୋଭିଡ୍ -19 ରେ ସଂକ୍ରମିତ ହୋଇ ମୃତ୍ୟୁଵରଣ କଲେଣି ।ଏଵେ ମଧ୍ୟ ନାହିଁ ନଥିବା ଅସୁଵିଧାର ସନ୍ମୁଖିନ ହେଉଛନ୍ତି ଅଞ୍ଚଳଵାସୀ ।

ଏଣୁ ପ୍ରଶାସନ ଏହି ଵିଷୟକୁ ଗମ୍ଭିରତାର ସହିତ ଵିଚାରକୁ ନେବା ସହିତ ଖମାର ଡାକ୍ତରଖାନା ର ମୌଳିକ ସମାସ୍ୟା ଉପରେ ଆଲୋକପାତ କରିବା ନିମନ୍ତେ ପ୍ରଶାସନକୁ ନିଵେଦନ କରିଛନ୍ତି ସିପିଆଇଏମ୍ ଜିଲ୍ଲା ସଂପାଦିକା ମିନା ପ୍ରଧାନ । ଶ୍ରୀମତୀ ମିନା ପ୍ରଧାନ ଦାଵି ରଖିଛନ୍ତି ଯେ ପୂର୍ଵବର୍ଷ ପରି ଚଳିତ ବର୍ଷ ମଧ୍ୟ ଖମାର ଡାକ୍ତରଖାନାରେ ଗୋଟିଏ କୋଭିଡ୍ କର୍ଣର ଖୋଲାଯାଉ । କୋଭିଡ୍ ଟେଷ୍ଟିଂ ଓ ଟିକା କରଣ କୁ ତ୍ୱରାନିତ କରିଵା ସହିତ ଏହାକୁ ନିୟମିତ କରାଯାଉ । ଯେଉଁ ଷ୍ଟାଫ ନର୍ସ ଏବଂ ଏ ଏନ୍ ଏମ୍ କର୍ମି ଙ୍କୁ ଅନ୍ୟତ୍ର ଵଦଳି କରାଯାଇଛି ,ସେମାନଙ୍କ ଖାଲି ସ୍ଥାନକୁ ପୂରଣ କରାଯାଉ ।ସଂକ୍ରମଣ କୁ ଦୃଷ୍ଟିରେ ରଖି ଖମାର ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଅତି କମ୍ ରେ 50 ଟି ଅକ୍ସିଜେନ୍ ର ପ୍ରଵନ୍ଧ କରାଯାଉ । ଅପରପକ୍ଷେ ଖମାର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରି ଶଶିକାନ୍ତ ବେହେରାଙ୍କ ସୁଚନା ଅନୁଯାୟି ,ଖମାର ଅଞ୍ଚଳର ଜନସଂଖ୍ୟାକୁ ଵିବେଚନା କଲେ ଗତ ଵର୍ଷ ତୁଳନାରେ ଚଳିତବର୍ଷ ସ୍ୱାସ୍ଥ୍ୟକର୍ମିଙ୍କ ହ୍ରାସ କରିଛନ୍ତି ସରକାର । ଗତ ଵର୍ଷ 3ଜଣ ଡାକ୍ତର, 3ଜଣ ଷ୍ଟାଫ୍ ନର୍ସ , 27 ଜଣ ଏ ଏନ୍ ଏମ୍ ଥିବାବେଳେ ଚଳିତଵର୍ଷ ଡାକ୍ତର ସଂଖ୍ୟା 0, ଷ୍ଟାଫ୍ ନର୍ସ 3ଜଣ ଓ ଏ ଏନ୍ ଏମ୍ କର୍ମି ମାତ୍ର 2ଜଣ ନିଯୁକ୍ତ ଅଛନ୍ତି । ଫଳରେ ଅଞ୍ଚଳର ରୋଗିମାନଙ୍କୁ ଉନ୍ନତମାନର ସେଵା ଯୋଗାଇବା ସମ୍ଭଵ ହୋଇପାରୁନାହିଁ । ତଥାପି ଯଥାସମ୍ଭଵ ରୋଗିମାନଙ୍କୁ ସେଵା ଯୋଗାଇବା ନିମନ୍ତେ ପ୍ରତିଶୃତି ଵଦ୍ଧ ବୋଲି ପ୍ରକାଶ କରିଛନ୍ତି ଡ଼ ଶଶିକାନ୍ତ ବେହେରା । ଏପରି ଏକ ଵୀପରିତ ସମୟରେ ରାଜନିତି ନକରି ଦଳମତ ନିର୍ବିଶେଷରେ ପ୍ରତେକଟି ଲୋକପାଖରେ କିପରି ଉନ୍ନତ ସ୍ୱାସ୍ଥ୍ୟସେଵା ପହଞ୍ଚିପାରିଵ ସେଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ପାଲଲହଡା ଅଞ୍ଚଳଵାସୀ ।

Comments are closed.