ପିଏମ୍ ମୋଦୀ ଓ ମୁଖ୍ୟମନ୍ତ୍ରୀମାନଙ୍କୁ ଲାଗିବ କରୋନା ଟିକା, ଦ୍ୱିତୀୟ ପର୍ଯ୍ୟାୟ ପାଇଁ ବଡ ଘୋଷଣା

ନୂଆଦିଲ୍ଲୀ,୨୧ ।୧: ସାରା ଦେଶରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଚାଲିଥିବା ବେଳେ ଆସିଛି ବଡ ଖବର । ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କୁ କରୋନା ଟିକା ଳଗାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ୫୦ ବର୍ଷରୁ ଅଧିବ ବୟସର ମନ୍ତ୍ରୀ, ନେତାଙ୍କୁ ଟିକା ଦିଆଯିବ ।

ଭ୍ୟାକ୍ସିନକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ମୋଦୀ କହିଥିଲେ ଯେ, ବିଚଳିତ ହେବାର କୌଣସି ଆବଶ୍ୟକତା ନାହିଁ । ଦ୍ୱିତୀୟ ପର୍ଯ୍ୟାୟରେ ୫୦ ବର୍ଷରୁ ଅଧିକ ବୟସ୍କମାନଙ୍କର ଟିକାକରଣ କରାଯିବ ।

ତେବେ ସାରା ଦେଶରେ ଟିକାକରଣର ପ୍ରଥମ ପର୍ଯ୍ୟାୟ ଚାଲିଛି । ଏହା ଅଧିନରେ ୭ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାର ପ୍ରଥମ ଡୋଜ୍ ଦିଆସରିଛି । ସ୍ୱାସ୍ଥ୍ୟକର୍ମୀଙ୍କ ପରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ସୁରକ୍ଷାବାହିନୀ, ପୋଲିସ କର୍ମଚାରୀ ଏବଂ ରେସ୍କ୍ୟୁ ଅପରେସନରେ ମୁତୟନ ବ୍ୟକ୍ତିଙ୍କୁ ଟିକାକରଣରେ ସାମିଲ କରାଯିବ। ଜାନୁଆରୀ ୧୬ ତାରିଖରୁ ସାରା ଦେଶରେ ଟିକାକରଣ ଆରମ୍ଭ ହୋଇସାରିଛି ।

Comments are closed.