ଶ୍ରୀଜିଉଙ୍କୁ ଲାଗି ହେଉଥିବା ଫୁଲୁରୀ ତେଲର ରହସ୍ୟ

ସ୍ନାନପୂର୍ଣ୍ଣିମା ପରେ ଅସୁସ୍ଥ ଶ୍ରୀଜିଉମାନଙ୍କୁ ଅଣସର ଘରେ ରଖି ସେବା ଉପଚାରରେ ଲାଗି ପଡିଛନ୍ତି ଦଇତାପତି ସେବକ । ଏହି ସମୟରେ ମହାପ୍ରଭୁଙ୍କୁ ହୋଇଥାଏ ଜ୍ୱର । ଯେଉଁଥିପାଇଁ ବିଧି ଅନୁସାରେ ଆଜି ପଞ୍ଚମ ତିଥିରେ ପ୍ରଭୁଙ୍କୁ ଫୁଲୁରୀ ତେଲ ଲାଗିହେବ । ଏନେଇ ବଡ ଓଡିଆ ମଠ ପକ୍ଷରୁ ଦୀର୍ଘ ଏକ ବର୍ଷ ପୂର୍ବରୁ ଏହି ତେଲ ପ୍ରସ୍ତୁତ କରାଯାଏ । ବୈଦ୍ୟଙ୍କ ପରାମର୍ଶ କ୍ରମେ ଫୁଲୁରୀ ତେଲକୁ ପ୍ରଭୁଙ୍କ ଶ୍ରୀଅଙ୍ଗରେ ଲଗାଇବା ଦ୍ୱାରା ଜ୍ୱର ବ୍ୟାଧିରୁ ଉପଶମ ମିଳେ ବୋଲି ବିଶ୍ୱାସ ରହିଛି । ଫୁଲୁରୀ ତେଲକୁ ପ୍ରସ୍ତୁତ କରିବା ପାଇଁ ସ୍ୱତନ୍ତ ପ୍ରଣାଳୀ ରହିଛି । ଏହା ଏକ ଘଣାପେଷା ରାଶି ତେଲ, ଯାହାକୁ ବିଭିନ୍ନ ପ୍ରକାର ଚେରମୂଳୀ ଔଷଧ ଓ ସୁବାସିତ ଫୁଲର ମିଶ୍ରଣରେ ପ୍ରସ୍ତୁତ କରାଯାଏ । ମାଟି ତଳେ ଏହି ସବୁ ମିଶ୍ରଣକୁ ଏକ ବର୍ଷ ପୂର୍ବରୁ ପୋତାଯାଇ ରଖିବା ସହିତ ପଞ୍ଜମୀ ପୂର୍ବ ଦିନ ମାଟି ତଳୁ ବାହାର କରାଯାଇ ଶ୍ରୀଜିଉଙ୍କ ସେବା ପାଇଁ ପଠାଯାଏ ।

Comments are closed.